ମହାପ୍ରଭୁ ଙ୍କର ମହାନ ଲୀଳା

୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆମେରିକା :-> ଆଜିଠୁ ଠିକ ୪୮ବର୍ଷ ତଳର କଥା । ନିଉୟର୍କ ନଗରୀରେ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ଆୟୋଜନ ବିଫଳ ହେବାକୁ ଯାଉଥିବା ବେଳେ ଡୋନାଲଡ ଟ୍ରମ୍ପ ଏହାକୁ ସମ୍ଭବ କରାଇଥିଲେ। ବର୍ତ୍ତମାନ ଏହି ଋଣକୁ ଶୁଝିବାର ପାଳି ବଡ଼ ଠାକୁରଙ୍କର ପଡିଲା । ସାରା ପୃଥିବୀରେ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ଉତ୍ସବ ପାଳନ କରାଯାଉଥିବା ବେଳେ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଆତତାୟୀ ପକ୍ଷରୁ ହୋଇଥିବା ମରଣାତ୍ମକ ଆକ୍ରମଣରୁ ତାଙ୍କୁ ବିଶ୍ୱବ୍ରହ୍ମାଣ୍ଡର ଅଧୀଶ୍ଵର ରକ୍ଷା କଲେ।ପ୍ରକୃତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବଂ ବର୍ତ୍ତମାନର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପଙ୍କ ଉପରେ କାଳିଆ ସାଆଁନ୍ତଙ୍କର ଅଶେଷ ଆଶୀର୍ବାଦ ରହିଥିବା, ଏହି ଘଟଣାରୁ ପ୍ରମାଣିତ ହୋଇଯାଇଛି। ୧୯୭୬ ମସିହାର ଏହି ଜୁଲାଇ ମାସର ଘଟଣା। ଇସ୍କନ ତରଫରୁ ସେହି ବର୍ଷ ଏହାର ଜନ୍ମର ଦଶମ ବାର୍ଷିକୀ ବନା ଯାଉଥାଏ ।ସଂସ୍ଥାର ନିଉୟର୍କ ଶାଖା ତରଫରୁ ସେଠାରେ ପ୍ରଥମଥର ପାଇଁ ଶ୍ରୀ ଜଗନ୍ନାଥଙ୍କର ବିଶାଳକାୟ ରଥଯାତ୍ରା ଆୟୋଜନ କରାଯାଇ ଏହି ଜନ୍ମ ଜୟନ୍ତୀକୁ ମହା ସମାରୋହରେ ପାଳନ କରାଯିବାକୁ ସିଦ୍ଧାନ୍ତ କରାଯାଇଥିଲା। ବୀମା ଆଦି ସାଧାରଣ ସମସ୍ୟାକୁ ଛାଡି ଦେଲେ ଆୟୋଜକ ମାନଙ୍କ ସାମ୍ନାରେ ଦୁଇଟି ବୃହତ ଅସୁବିଧା ରହିଥିଲା l
