୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଷାଢ଼ ଶୁକ୍ଳ ଏକାଦଶୀ ରେ ରଥାରୁଢ଼ ଶ୍ରୀବିଗ୍ରହ ମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି | ମହଣ ମହଣ ସୁନାରେ ମହାପ୍ରଭୁ ଝଟକୁଥିଲେ | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ସୁନାବେଶ ସରିବା ପରେ କେତେକ ସେବକ ଠାକୁର ଙ୍କ ଆଗରେ ଠିଆ ହେବା ସହ ବସିଥିବା ଦେଖିବାକୁ ମିଳିଥିଲା | ଶ୍ରୀମନ୍ଦିର ଭଣ୍ଡାର ଘରରୁ ସୁନା ବେଶ ପାଇଁ ଅଳଙ୍କାର ରଥ ଉପରକୁ ଆସିଥିଲା | ଅଳଙ୍କାର ମଧ୍ୟରେ ଶ୍ରୀପୟର, ଶ୍ରୀଭୁଜ, କିରିଟ, କୁଣ୍ଡଳ,ବାହାଡାମାଳୀ, ତାବିଜ ମାଳି, ହରିଡ଼ାକଦମ୍ବ ମାଳି, ବାଘନଖିମାଳି, କଦମ୍ବମାଳି, ସେବତୀମାଳି, ତିଳକ, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡକି, ତ୍ରି ଖଣ୍ଡିକା କମରପଟି, ଝୋବାକଣ୍ଠି, ବଳଭଦ୍ର ଙ୍କ ହଳମୁଷଳ, ଶ୍ରୀଜଗନ୍ନାଥ ଙ୍କ ଚକ୍ର ଓ ରୂପାରେ ଶଙ୍ଖ ଲାଗି ହୋଇଥିଲା | ସୁନାବେଶ ରେ ମେକାପ, ପୁଷ୍ପାଳକ, ଖୁଣ୍ଟିଆ ସେବକ ସହଯୋଗ କରିଥାନ୍ତି |
ସୁନାବେଶରଅନ୍ୟନାମସୁନାବେଶ ,ରାଜବେଶ , ବଡ଼ତଢାଉ ବେଶ| ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ଭୂଷଣ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ପୁଷ୍ୟାଭିଷେକ, ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ସିଂହଦ୍ୱାର ରେ ବାହୁଡ଼ା ଏକାଦଶୀ, କାର୍ତ୍ତିକ ପୁର୍ଣିମା ଓ ବିଜୟାଦଶମୀ ଦିନ ଅନୁଷ୍ଠିଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ ।
