Home ଓଡ଼ିଶା ଓଡ଼ିଶା ଲୁଇସ୍ ବ୍ରେଲୀ ଫାଉଣ୍ଡେସନ୍ର ସମ୍ବର୍ଦ୍ଧନା ଉତ୍ସବ ଭିନ୍ନକ୍ଷମ ମାନେ ବିଶେଷ ଗୁଣର ଅଧିକାରୀ : ବାଚସ୍ପତି ସୁରମା ପାଢୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭିନ୍ନକ୍ଷମ ମାନେ ଦୃଷ୍ଟିଶକ୍ତି ବାଧିତ ହୋଇଥିଲେ ହେଁ ସେମାନଙ୍କଠାରେ ଅନ୍ୟ ସବୁଗୁଣ ବିଶେଷଭାବେ ଭରି ରହିଛି । ତା’ର ବିକାଶ କରି ସମାଜକୁ ଦିଗ୍ଦର୍ଶନ ଦେବାରେ ସେମାନେ ଆଦର୍ଶ ହୋଇପାରିବେ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ କହିଛନ୍ତି । ସୋମବାର ଦିନ ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ ଓଡ଼ିଶା ଲୁଇସ୍ ବ୍ରେଲୀ ଫାଉଣ୍ଡେସନ୍ (ଓଏଲ୍ବିଏଫ୍) ପକ୍ଷରୁ ଆୟୋଜିତ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ନିମିତ୍ତ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିବା ସହ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ପାଢୀ କହିଛନ୍ତି ଯେ, ଦୃଷ୍ଟିବାଧିତମାନେ ବର୍ତ୍ତମାନ ରୋଜଗାରକ୍ଷମ ହୋଇ ସମାଜର ମୁଖ୍ୟ ଧାରାରେ ସାମିଲ୍ ହୋଇପାରୁଛନ୍ତି । ଦୃଷ୍ଟିବାଧିତମାନଙ୍କ ଉଦ୍ଦେଶ୍ୟରେ ଚଳିତ ବର୍ଷର ଅନୁଚିନ୍ତା- ସମାଜର ସହଯୋଗ ଦୃଷ୍ଟିବାଧିତଙ୍କ ପ୍ରତି ସମ୍ପଦ କହି ଶ୍ରୀମତୀ ପାଢୀ କହିଛନ୍ତି ଯେ, ସରକାରୀ ସହାୟତାର ଅପେକ୍ଷା ନକରି ଏଭଳି ସଂସ୍ଥା ଆଗେଇଚାଲିବା ପ୍ରଶଂସାର ଯୋଗ୍ୟ । ଏମାନେ ଯଶସ୍ୱୀ ହୁଅନ୍ତୁ ବୋଲି ସେ କାମନା କରିଛନ୍ତି । ଲୁଇସ୍ ବ୍ରେଲୀ ଫାଉଣ୍ଡେସନ୍ର ସଭାପତି ତଥା ବୟୋଜ୍ୟେଷ୍ଠ ଦୃଷ୍ଟିବାଧିତଙ୍କ ଶିକ୍ଷାବିତ୍ ଶିରିଶ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ପ୍ରଶାସକ ପ୍ରାଚୁର୍ଯ୍ୟ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସେ ନିଜେ ଦୃଷ୍ଟିବାଧିତ ହୋଇଥିବା ସତ୍ତ୍ୱେ ଶିକ୍ଷକମାନଙ୍କ ସହଯୋଗ ହେତୁ ଜୀବନରେ ଅନେକ ସଫଳତା ପାଇଛନ୍ତି ବୋଲି କହିଥିଲେ । ସମାଜସେବୀ ତଥା ଜୟଦେବ ବିହାର ବିକାଶ ପରିଷଦର ସଭାପତି ମିହିର ରଞ୍ଜନ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୃଷ୍ଟିବାଧିତ ମାନେ ନିଜକୁ ନ୍ୟୁନ ମନେକରିବା ଉଚିତ୍ ନୁହେଁ । ଏହି ସଂସ୍ଥାର ପ୍ରତିଷ୍ଠାତା ଯୁଧିଷ୍ଠିର ସାହୁଙ୍କ ଆଦର୍ଶ ବର୍ଣ୍ଣନା କରି ସେ ନିଜ ଉଦ୍ୟମରେ ଦୃଷ୍ଟିବାଧିତମାନଙ୍କୁ ପ୍ରତିବର୍ଷ ବ୍ରେଲୀ ଉପକରଣ ଓ ଆର୍ଥିକ ସହାୟତା ଦେବା ସହ ସମ୍ବର୍ଦ୍ଧିତ କରୁଥିବାରୁ ଶ୍ରୀ ରଥ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତିପଥେ’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇ ଗତ ଦୁଇବର୍ଷ ଧରି ଏହି ଫାଉଣ୍ଡେସନ୍ ଓଡ଼ିଶାର ଦୃଷ୍ଟି ବାଧିତମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରି ନିଜ ଉଦ୍ୟମରେ ତଥା ପେନ୍ସନ୍ ଅର୍ଥରେ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବା ଏକ ମହାନ୍ କାର୍ଯ୍ୟ । ବାଚସ୍ପତି ଏଭଳି ଏକ ମନୋଜ୍ଞ ଉତ୍ସବରେ ଯୋଗଦେବା ସମସ୍ତଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ବୋଲି ଶ୍ରୀ ମହାନ୍ତି କହିଥିଲେ । ଦୃଷ୍ଟିବାଧିତମାନଙ୍କ ଶିକ୍ଷା ଓ ସେବାରେ ନିଜର ଜୀବନ ବ୍ୟାପୀ ସାଧନା ଲାଗି ବୟୋଜ୍ୟେଷ୍ଠ ଦୃଷ୍ଟି ବାଧିତ ଶିକ୍ଷାବିତ୍ ଶିରିଶ ଚନ୍ଦ୍ର ଦାସ ଓ ନୃସିଂହ ଚରଣ ମହାରଣାଙ୍କୁ ‘ଉତ୍ତମ ସେବା ସମ୍ମାନ’ ଏବଂ ଅବସରପ୍ରାପ୍ତ ସଂଗୀତ ଶିକ୍ଷକ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କୁ “ମରଣୋତ୍ତର ସମ୍ମାନ” ପୂର୍ବକ ପ୍ରତ୍ୟେକଙ୍କୁ ନଗଦ ୫ ହଜାର ଟଙ୍କା, ଉପଢୌକନ, ଫଳକ ଓ ମାନପତ୍ର ପ୍ରଦାନ କରାଯିବା ସହ ରାଜ୍ୟର ୧୨ଟି ଦୃଷ୍ଟିବାଧିତ ହାଇସ୍କୁଲ୍ ମାଟ୍ରିକ୍ ପରୀକ୍ଷା-୨୦୨୪ ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଥିବା ଭୁବନେଶ୍ୱରର ଆକାଶ ଖମାରୀ, କଟକର ପ୍ରିୟଜିତ୍ ମହାଳିକ୍, ବ୍ରହ୍ମପୁରର ଭାରତୀ ବିଷୋଇ, ଜଗତ୍ସିଂହପୁରର ଲିଜା ନାୟକ, ଭଦ୍ରକର ଅରୁଣ କୁମାର ମାଝୀ ଓ ସ୍ମୃତି ମୁର୍ମୁ, ବାରିପଦାର ସଂଜୟ କୁମାର ଦାସ, ବାଣପୁରର ଦୀପକ ପ୍ରଧାନ, ବାଲିଗୁଡ଼ାର ବିଭୁ ପାତ୍ର, ବୁର୍ଲାର ସୁମନ ବେହେରା, କଳାହାଣ୍ଡିର ରୁଦ୍ର ତାଣ୍ଡି ଓ ସୋନପୁରର ଟୁନା ଦଣ୍ଡସେନା ଆଦି ପ୍ରତ୍ୟେକଙ୍କୁ ନଗଦ ୩୦୦୦ ଟଙ୍କା ସହ ଉପଢୌକନ ଓ ଫଳକ ମୁଖ୍ୟ ଅତିଥି ବାଚସ୍ପତି ଶ୍ରୀମତୀ ପାଢୀ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଲୁଇସ୍ ବ୍ରେଲୀ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଯୁଧିଷ୍ଠିର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ତାପସ କୁମାର ମହାନ୍ତି, ମୁରଲୀଧର ବେହେରା, ଦୃଷ୍ଟିବାଧିତ ଛାତ୍ର ଆକାଶ ଖମାରୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026