Home ଓଡ଼ିଶା ସୋନି ପକ୍ଷରୁ ବ୍ରାଭିଆ ଥିଏଟର ବାର୍ ୮ ଓ ବାର୍ ୯ ସାଉଣ୍ଡ୍ବାର୍ର ଶୁଭାରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୋନି ଇଣ୍ଡିଆ ପକ୍ଷରୁ ବ୍ରାଭିଆ ଥିଏଟର ବାର୍ ୮ ଓ ବ୍ରାଭିଆ ଥିଏଟର ବାର୍ ୯ ସାଉଣ୍ଡବାର୍କୁ ଉନ୍ମୋଚନ କରାଯାଇଛି । ଏହି ଅତ୍ୟାଧନିକ ସାଉଣ୍ଡବାର୍ ଘରେ ସିନେମା ଭଳି ଅତୁଳନୀୟ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏଥିରେ ସୋନିର ଅଡିଓ ଓ ଭିଜୁଆଲ୍ ପ୍ରୁକ୍ତି ସହିତ ଇନ୍-ହୋମ୍ ମନୋରଂଜନ୍ର ଉନ୍ନତ ସୁବିଧାସୁଯୋଗ ରହିଛି । ସୋନିର ନୂଆ ବ୍ରାଭିଆ ଥିଏଟର ବାର୍କୁ ଘରେ ଟିଭି ଦେଖିବା ଅନୁଭୂତିକୁ ବଢ଼ାଇବା ଭଳି ପ୍ରସ୍ତୁତ କରାଯାଇଛି ଯାହା ବଡ଼ ସ୍କ୍ରିନ୍ର ଯାଦୁକୁ ଘର ଭିତରକୁ ଆଣିବ । ଷ୍ଟ୍ରିମିଂ ସେବାର ସମ୍ପ୍ରସାରଣ ହେଉଥିବାରୁ ଘରେ ମନୋରଂଜନର ଧାରା ବଢ଼ିବାରେ ଲାଗିଛି । ୧୧ଟି ସ୍କିପର୍ ୟୁନିଟ୍ ଥିବା ବ୍ରାଭିଆ ଥିଏଟର୍ ବାର୍ ୮ ଓ ୧୩ଟି ସ୍କିପର୍ ଥିବା ବ୍ରାଭିଆ ଥିଏଟର ବାର୍ ୯ ଏହାର ଉନ୍ନତ ସାଉଣ୍ଡ ମାନ ଓ ପ୍ରଯୁକ୍ତି ଜରିଆରେ ଆପଣଙ୍କ ଟିଭି ଦେଖିବା ଅନୁଭୂତି ବଢ଼ାଇବ । ଏହି ଦୁଇ ପ୍ରକାର ସାଉଣ୍ଡ୍ ବାର୍ରେ ସୋନିର ନିଜସ୍ୱ ୩୬୦ ସ୍ପାଟିଆଲ୍ ସାଉଣ୍ଡ ମ୍ୟାପିଂ ପ୍ରଯୁକ୍ତି ବ୍ୟବହାର କରାଯାଇଛି ଏଥିରେ ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ସାଉଣ୍ଡ ଆସିବ ଯାଦ୍ୱାରା ଟିଭି ଦେଖିବା ମଜାଦାର ହୋଇପାରିବ । ପୂର୍ବରୁ ଫାଂଟ୍ମ ସ୍ପିକର୍ ସୃଷ୍ଟି କରିବା ଲାଗି ଉଭୟ ସାଉଣ୍ଡ ବାର୍ ଓ ପଛ ସ୍ପିକର୍ ଦରକାର ହେଉଥିଲା । କିନ୍ତୁ ବ୍ରାଭିଆ ଥିଏଟର ବାର୍ ୮ ଓ ୯ରେ ଗୋଟିଏ ସାଉଣ୍ଡ ବାର୍ରେ ଏହି କାମ ହୋଇିବ । ବ୍ରାଭିଆ ଥିଏଟର ବାର୍ ୮ ଓ ୯ରେ ସାଉଣ୍ଡ ଫିଲ୍ଡ ଅପ୍ଟିମାଇଜେସନ୍ ରହିଛି ଯାହା ଘରର ଗଢ଼ା ଶୈଳୀ ଅନୁସାରେ ସ୍ପିକର୍କୁ ଆଡଜଷ୍ଟ କରି ସାଉଣ୍ଡ ପ୍ରଦାନ କରିବ । ଏଥିରେ ଡଲ୍ବି ଆଟ୍ମସ୍ ଇମର୍ସିଭ୍ ଓ ଆଇମ୍ୟାକ୍ସ ଏନ୍ହାନ୍ସଡ୍ ସାର୍ଟିଫିକେସନ୍ ରହିଛି । ଆକୋଷ୍ଟିକ୍ ସେଂଟର ସିଙ୍କ ଜରିଆରେ ଟିଭି ପରଦାରେ ଚାଲୁଥିବା ଦୃଶ୍ୟ ସହ ଶବ୍ଦର ଉପଯୁକ୍ତ ସମନ୍ୱୟ ରହିବ । ଏଥିରେ ଥିବା ଭଏସ୍ ଜୁମ୍ ୩ ସୁବିଧା ସଂଳାପଗୁଡ଼ିକୁ ସଠିକ୍ ଭାବେ ଆପଣଙ୍କ କାନ ପର୍ଯ୍ୟନ୍ତ ପହଂଚାଇବ । ବ୍ରାଭିଆ କନେକ୍ଟ ଆପ୍ ଜରିଆରେ ଏହି ଦୁଇ ସାଉଣ୍ଡ ବାର୍ର ପରିଚାଳନା କରାଯାଇପାରିବ । ବ୍ରାଭିଆ ଥିଏଟର ବାର୍ ୮ ଓ ବାର୍ ୯ରେ ଥିବା ୩୬୦ ରିଅଲିଟି ଅଡିଓ ପ୍ରତିଟି କୋଣରୁ ଆପଣଙ୍କ ପାଖରେ ସାଉଣ୍ଡ ପହଂଚାଇବ, ଫଳରେ ଆପଣ ସଙ୍ଗୀତ ଶୁଣିବାର ପୂରା ମଜା ନେଇପାରିବେ । ଆପଣ ସଙ୍ଗୀତ ଶୁଣନ୍ତୁ କିମ୍ବା ଅନ୍ୟ କିଛି ଏହା ଅତି ସ୍ପଷ୍ଟ ଓ ଗଭୀର ଭାବେ ଆପଣଙ୍କ ପାଖରେ ତାହାର ଅଡିଓକୁ ପହଂଚାଇବ । ବ୍ରାଭିଆ ଥିଏଟର୍ ବାର୍ ୮ ଓ ବାର୍ ୯କୁ ସୋନିର ରିଟେଲ୍ ଷ୍ଟୋର୍, ସୋନି ସେଂଟର, ସୋନି ଏକ୍ସକ୍ଲୁସିଭ୍, ସୋନି ପୋର୍ଟାଲ୍, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷେ୍ାର୍ ଏବଂ ଇ-କମର୍ସ ୱେବସାଇଟ୍ରୁ ୨୦୨୪ ଜୁଲାଇ ୧୫ରୁ କିଣିହେବ । ବ୍ରାଭିଆ ଥିଏଟର ବାର୍ ୮ର ଦାମ୍ ୮୯,୯୯୦ ଟଙ୍କା ଓ ବାର୍ ୯ର ଦାମ୍ ୧,୨୯,୯୯୦ ଟଙ୍କା ରହିଛି । କିଛି ନିର୍ଦ୍ଦିଷ୍ଟ କାର୍ଡ ଉଭୟରେ ଉଭୟ ବାର୍ରେ ୮-୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ବ୍ୟାକ୍ ପ୍ରଦାନ କରାଯାଇଛି । ବ୍ରାଭିଆ ଟିଭି ସହିତ କିଣିଲେ ସ୍ୱତନ୍ତ୍ର ୮୦୦୦ ଟଙ୍କାର ରିହାତି ସୁବିଧା ରହିଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026