୯ ଦିନ ପରେ ବଡଘୁମୁରିରୁ ଛତିଆ ବାହୁଡିଲେ ତିନି ଠାକୁର

୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡ଼ଚଣା  :-> ବଡ଼ଚଣା ପବିତ୍ର ବାହୁଡା଼ ଅବସରରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଛତିଆ ବାଇପାସ ଓଝା ଘର ରଥ ତିନି ଠାକୁରଙ୍କୁ ଭକ୍ତମାନେ ଦୀର୍ଘ ୧୧ କିମି ବଡଘୁମୁରି ମାଉସୀ ମା ମନ୍ଦିରରୁ ଟାଣି ଟାଣି ଆଣି ସନ୍ଧ୍ୟା ପୂର୍ବରୁ ଛତିଆ ଜନ୍ମ ବେଦୀ ନିକଟରେ ପହଞ୍ଚାଇଲେ | ତିନି ଠାକୁରଙ୍କର ଯଥା ରୀତି ନୀତି ଅନୁଯାଇ ପୂଜାର୍ଚ୍ଚନା କରି ଦିନ ୧୦ଟା ରେ ଠାକୁରଙ୍କୁ ରଥାରୋଢ କରିଥିଲେ, ପରେ ରଥ ଉପରେ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ଭକ୍ତମାନେ ଆଣିଥିବା ଭୋଗକୁ ଠାକୁରଙ୍କ ନିକଟରେ ଲଗାଯାଇଥିଲା | ଏହାପରେ ଅନୁଷ୍ଠାନର ମୁଖ୍ୟ ଉପେନ୍ଦ୍ର ଓଝା ରଥ ଉପରେ ତିନି ଠାକୁରଙ୍କୁ ଛେରା ପହଁରା କରିଥିଲେ |

ଭକ୍ତମାନେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥ ଟାଣିବା ଆରମ୍ଭ କରିଥିଲେ, ପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ରଥକୁ ଭକ୍ତମାନେ ବଡଘୁମୁରି ଠାରୁ କଢେଇ ପୋଲ ପର୍ଯ୍ୟନ୍ତ ଗ୍ରାମୀଣ ରାସ୍ତାରେ ଟାଣି ଆଣିବା ପରେ ଜାତୀୟ ରାଜପଥରେ ୭ କିମି ଟାଣିବା ପରେ ଛତିଆ ଜନ୍ମ ବେଦୀ ଠାରେ ତିନି ରଥଙ୍କୁ ରଖାଯାଇଥିଲା | ରଥରେ ପଣ୍ଡିତ ସତ୍ୟବାଦୀ ପଣ୍ଡା, ମାନସ ପଣ୍ଡା, ତ୍ରିଲୋଚନ ପଣ୍ଡା, ସଂକର୍ଷଣ ପଣ୍ଡା ପ୍ରମୁଖ ବଡଘୁମୁରି ଠାରୁ ଛତିଆ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିବା ସହ ଚାମର ହଲାଇ ଠାକୁରଙ୍କୁ ଭକ୍ତମାନଙ୍କର ଦ୍ଵାରା ଆଣିଥିବା ଭୋଗକୁ ଲଗାଇଥିଲେ |

ବଡଘୁମୁରି ଠାରୁ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ବୈରୀ ଥାନା ଅଧିକାରୀ ଶରତ ଚନ୍ଦ୍ର ନାୟକ, ଛତିଆ ଫାଣ୍ଡି ଅଧିକାରୀ ମହେନ୍ଦ୍ର କୁମାର ସେଠୀ, ଏଏସଆଇ ଧୀରେନ ପଣ୍ଡା, ବଡଚଣା, ବୈରୀ, ବାଲିଚନ୍ଦ୍ରପୁର ଥାନାର ସମସ୍ତ କର୍ମଚାରୀ ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ପ୍ରମୁଖ ଶାନ୍ତିଶ୍ରୁଙ୍ଖଳା ରକ୍ଷା କରିବା ସହ ରଥ ଟଣାରେ ସାହାଯ୍ୟ କରିଥିଲେ | ଏହା ବ୍ଯତୀତ ଅଗ୍ନିଶମ ବିଭାଗ, ଗ୍ରାମୀୟ ଉନ୍ନୟନ ବିଭାଗ, ପାନୀୟ ଜଳ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହଯୋଗ କରିଥିଲେ | ଅନୁଷ୍ଠାନ ର ସଭାପତି ନିର୍ମଳ ଚନ୍ଦ୍ର ସାମଲ, ସମ୍ପାଦକ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି, ସମିତି ସଭ୍ଯ ଦୀପକ ସାହୁ, 

Exit mobile version