ଭୂଷଣ୍ଡପୁର ରେ ବାହୁଡା ରଥ ଯାତ୍ରା : ଓ ସଂବର୍ଦ୍ଧନା କାର୍ଯ୍ୟକ୍ରମ

୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୂଷଣ୍ଡପୁର :-> ପବିତ୍ର ବାହୁଡା ଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଗିଂ ଭୂଷଣ୍ଡପୁର ଅଭୟମୁଖି ଜଗନ୍ନାଥ ମନ୍ଦିର ଠାରେ ମହାଆଡମ୍ବରରେ ଜଗତରନାଥ ଜଗନ୍ନାଥଙ୍କ ବାହୁଡା଼ଯାତ୍ରା ଅନୁଷ୍ଠିତ ହୋଇଛି । ମହାପ୍ରଭୁ ଜଗନ୍ନାଥ ମାଉସୀ ମା ମନ୍ଦିର ରେ ୯ଦିନ ଧରି ରହି ଳିଳାଖେଳା କରି ରଥାରୂଢ ହେ ଇ ଶ୍ରୀମନ୍ଦିର ଫେରିଛନ୍ତି । ପାରିକୂଦ ରାଜା ଛେରାପହଁରା କରିବା ପରେ ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି ସରିବା ପରେ ରଥ ଟଣାହୋଇଥିଲା । ଶହଶହ ମହିଳା ଭକ୍ତଙ୍କ ଗହଣରେ ରଥ ଟଣା ହୋଇଛି ।

ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ,ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ନିୟୋଜିତ ରହି ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ସହ ମନ୍ଦିର ପରିଚାଳନା କମିଟିର ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଥିଲା । ଏହି ଅବସରରେ ଦାରୁବ୍ରହ୍ମ କମିଟି ଦ୍ବାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଂବର୍ଦ୍ଧନା ସଭା ଭୂଷଣ୍ଡପୁର ସରପଂଚ ସୌରଭ ଦାଶ ମହାପାତ୍ର ଙ୍କ ପୌରହିତ୍ଯ ରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥିଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ମୁଖ୍ଯ ବକ୍ତା ଭାବେ ବରିଷ୍ଠ ବିଜେପି ନେତ୍ରୀ ବାସନ୍ତୀ ମହାପାତ୍ର, ସମ୍ମାନୀତ ଅତିଥିଭାବେ ବାଲି ପାଟପୁର ସରପଂଚ ଭାବି ବେହେରା ଓ ନିରାକାରପୁର ସାମ୍ବାଦିକ ସଂଘ ର ସମସ୍ତ ସଦସ୍ଯ ଯୋଗ ଦେଇଥିଲେ।

ଜଗନ୍ନାଥ ମନ୍ଦିର ରର ଉନ୍ନତି ମୂଳକ କାର୍ଯ୍ୟ, ବାଣ ମରା ପ୍ରତିଯୋଗିତା, ଚିଲିକାର ବିକାଶ ସହ ରାସ୍ତା ଘାଟର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ। ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦୀପକ ପ୍ରଧାନ, ସାମ୍ବାଦିକ ବିକ୍ରମ କେଶରୀ ସାହୁ, ପ୍ରକାଶ ବଳିୟାରସିଂହ,ବିଭୁତି ଭୂଷଣ ଦାଶ, ଗ୍ୟାନ ରଂଜନ ଦାସ,ଦାଶରଥି ଶ୍ରୀଚନ୍ଦନ,ସୁଚିତ୍ର ରଂଜନ ଭୁଜବଳ,ଜିତେନ୍ଦ୍ର ମହାପାତ୍ର ଓ ଦାରୁବ୍ରହ୍ମ କମିଟି ରଥ ଓ ବାହୁଡା ଯାତ୍ରା କୁ ସଫଳ କରିଥିବା ପ୍ରମୁଖ ସହଯୋଗୀ ସଦସ୍ଯ ଙ୍କୁ ଅତିଥିଗଣ ମାନପତ୍ର ଉତ୍ତରୀଯ ଦେଇ ସଂବର୍ଦ୍ଧିତ କରଥିଲେ।

Exit mobile version