ସେବା ଏକ ଆନ୍ଦୋଳନରେ ପରିଣତ ହେଉ ଉଦଘାଟିତ ହେଲା ଜିଲ୍ଲା ବ୍ୟାପି ସେବା ଉତ୍ସବ


୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍)  ନୟାଗଡ଼ରେ :-> ନୟାଗଡ଼ରେ ଉଦଘାଟିତ ହେଲା ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ -2024 I ନୟାଗଡ଼ ସହର ସ୍ଥିତ ରୋଟାରି ଭବନ ଠାରେ ଅଷ୍ଟମ ବର୍ଷ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର ଯୋଗଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ ନୟାଗଡ଼ର ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ l ଏହି ଅବସରରେ ଦିନକୁ ଦିନ ଆମ ଭିତରେ ସେବା ମନୋଭାବ ମରିଯାଉଛି, ଆମେ ସେବାକୁ ସ୍ବେଛାକୃତ ଭାବରେ ନୁହଁ ବରଂ ବାଧ୍ୟବାଧ୍ୟକତାରେ ଗ୍ରହଣ କରୁଛେ ବୋଲି ମୁଖ୍ୟ ଅତିଥି ଡ଼. ପାତ୍ର କହିଥିଲେ l

ସେବାକୁ ଉତ୍ସାହ ସହକାରେ ଗ୍ରହଣ କରିବା ପାଇଁ ସେବା ଉତ୍ସବ ଏକ ଅନନ୍ୟ ପ୍ରୟାସ ବୋଲି ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିବା ବେଳେ ସେବାକୁ ଏକ ଆନ୍ଦୋଳନରେ ପରିଣତ କରିବା ଦରକାର ବୋଲି ମୁଖ୍ୟ ଅତିଥି କହିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଆଜିର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ସମାଜସେବୀ ସନ୍ତୋଷ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ତାପସ ମାର୍ଥା, ବିଶିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାଶ, ଯୁବ ବ୍ୟବସାୟୀ ଚନ୍ଦନ ସାହୁ, ପରିବେଶପ୍ରେମୀ ସୁକାନ୍ତ ଚୌଧୁରୀ, ସମାଜସେବୀ ଦାମୋଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ଏହି ଅବସରରେ ସେବା ଓ ଦାନର ମହାନ ପର୍ବକୁ ଉଦ୍ଜୀବିତ କରିବା ପାଇଁ ଯୁବପିଢ଼ି ଆଗକୁ ଆସିବା ଦରକାର ବୋଲି ଅତିଥି ମାନେ ମାତବ୍ୟକ୍ତ କରିଥିଲେ l ସେହିଭଳି ଯୁବପିଢ଼ିଙ୍କୁ ସେବା ଧର୍ମରେ ବ୍ରତୀ କରିବା ପାଇଁ ସେବା ଉତ୍ସବ ଏକ ନିଆରା ପ୍ରୟାସ ବୋଲି ପୁରୀ ସାଂସଦ ଡ଼. ପାତ୍ର କହିଥିଲେ l କାର୍ଯ୍ୟକ୍ରମ ଶେଷରେ ଅତିଥିଙ୍କ ଦ୍ୱାରା କୁନିପ୍ରତିଭା ମାନଙ୍କୁ ପୁରସ୍କାର ଦିଆଯିବା ସହ କିଛି ଅଭାବୀ ବ୍ୟକ୍ତିଙ୍କୁ ବସ୍ତ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଜୟେନ୍ଦ୍ର ବେହେରା ସଂଯୋଜନା କରିଥିଲା ବେଳେ ଗୁଲସନ କୁମାର ଦାଶ, ସୁନୀଲ କୁମାର ନାୟକ,ପ୍ରଶାନ୍ତ ସାହୁ,ସୋମ୍ୟା ସୋୟମ ପ୍ରଭା, ପରମେଶ୍ୱର ସାହୁ, ବର୍ଷା ପ୍ରୟାଦର୍ଶିନୀ, ଶ୍ରୀମାନ ଅଭିଜିତ କର,କରଣ ବଡ଼ଟିଆ, ଯୁଧିଷ୍ଠିର ବେହେରା ଆଶୁତୋଷ ଦାଶ, ରଂଜନ ବେହେରା,କୃପାସିନ୍ଧୁ ରାଉତ, ରବୀନ୍ଦ୍ର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗିତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

 

Exit mobile version