ପୋଡପିଠା ସମର୍ପଣକୁ ନେଇ ଅଘଟଣ

୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ -> ବଳଗଣ୍ଡି ମାଉସୀମାଙ୍କ ମନ୍ଦିର ନିକଟରେ ପୋଡପିଠା ସମର୍ପଣକୁ ନେଇ ପୁଣି ଦ୍ବନ୍ଦ ସୃଷ୍ଟି ହୋଇଛି । ମନ୍ଦିର ସେବା ପୂଜାକୁ ନେଇ ଦୁଇ ସେବକଙ୍କ ମଧ୍ଯରେ ଦ୍ବନ୍ଦ ରହିବା ସହ ୨୦୨୨ ମସିହାରେ ହାତାହାତି ହୋଇଥିଲେ । ଚଳିତବର୍ଷ ମନମୋହନ ମିଶ୍ର ଗଣ୍ଡଗୋଳ ଉପୁଜିବା ଆଶଙ୍କା କରି ଏସପିଙ୍କୁ ସୁରକ୍ଷା ପାଇଁ ନିବେଦନ କରିଥିଲେ। ବାହୁଡାଯାତ୍ରାରେ ତାଳଧ୍ବଜ ରଥ ଯିବା ସମୟରେ ଦୁଇ ସେବକ ପୋଡପିଠା ଦୁଇଟି ସ୍ଥାନରେ ସମର୍ପଣ କରିଥିଲେ। ଦର୍ପଦଳନ ରଥ ଆସିବା ସମୟରେ ଜୈନିକ ଦଇତାପତି ମନମୋହନଙ୍କ ହାତରୁ ଅମୁଣିଆ ପୋଡପିଠା କୁଡୁଆ ଛଡାଇ ନେବା ପାଇଁ ଉଦ୍ୟମ କରି ବିଫଳ ହେବାରୁ ହାତ ପୁରାଇ କିଛି ପୋଡପିଠା ନେଇ ଯାଇଥିବା ଦୃଶ୍ଯ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦୃଶ୍ଯ ମାନ ହୋଇଛି ।

ଏ ସଂପର୍କରେ ମନମୋହନ ମିଶ୍ର ବିଶ୍ବନାଥଙ୍କ ନାମରେ କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି ବିଶ୍ବନାଥଙ୍କ ଦ୍ବାରା ପ୍ରରୋଚିତ ବ୍ଯକ୍ତି ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ବାରମ୍ବାର ଏପରି ଘଟୁଥିଲେ ମଧ୍ଯ ସମସ୍ଯାର ସମାଧାନ ହେଉ ନାହିଁ ବୋଲି କୁହାଯାଉଛି । ବିଶ୍ବନାଥ ମିଶ୍ର ଓ ତାଙ୍କ ସହଯୋଗୀଙ୍କ ଉପରେ ଆଇନ ଅନୁଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ନିବେଦନ କରିଛନ୍ତି । ଏଠାରେ ସ୍ମରଣ ଯୋଗ୍ଯ ଯେ ମାଉସୀମା ମନ୍ଦିର ସେବା ପୂଜା ବିବାଦ ଉପଜିଲ୍ଲାପାଳଙ୍କ କୋର୍ଟରେ ଦୀର୍ଘ ବର୍ଷ ଧରି ପଡି ରହିବା ସହ ସମାଧାନ ହୋଇ ପାରୁନାହଁ ବୋଲି ଆଲୋଚନା ହେଉଛି । ପୋଡପିଠା ବିବାଦ ଲକ୍ଷ ଲକ୍ଷ ଭକ୍ତ ଭକ୍ତଙ୍କ ମନକୁ ଆଘାତ ଦେଇଛି ।

Exit mobile version