ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ “ଓଡ଼ିଶା – ମୋ ପରିବାର” ଆନୁକୁଲ୍ୟରେ ଅଗଷ୍ଟ ମାସ କ୍ରାନ୍ତି ସପ୍ତାହ ୦୯ ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରକ୍ତଦାନ ଶିବିର ଉଦ୍ଘାଟନ ହୋଇଛି ।

ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ବରୀ :- କୋରନା ମହାମାରୀ ସମୟରେ ରକ୍ତର ଅଭାବ ପୂରଣ କରିବା ପାଇଁ ଆମ ଜନପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳର ମୋ “ଓଡ଼ିଶା ପରିବାର ଓ ଜୀବନ ବିନ୍ଦୁ” ମାଧ୍ୟମରେ ସାରା ଓଡ଼ିଶାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ସମସ୍ତ ଜିଲ୍ଲା ସଦରମହକୁମା ଠାରେ ଅଗଷ୍ଟ ମାସ କ୍ରାନ୍ତି ସପ୍ତାହ ୯ ରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ରକ୍ତ ଦାନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ, ଯାଜପୁର ଜିଲ୍ଲା ତରଫରୁ ଯାଜପୁର ର ଏମ୍ଭିକା ମଣ୍ଡପ ଠାରେ ମାନ୍ୟବର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ମହୋଦୟା ଆଜି ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ଉକ୍ତ ଉଦ୍ଘାଟନ ଉତ୍ସବରେ ଯାଜପୁର ର ମାନ୍ୟବର ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମହୋଦୟ,ବରୀ ନିର୍ବାଚନ ମଣ୍ଡଳୀ ର ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ମହୋଦୟା,

ପୂର୍ବତନ ଯାଜପୁର ସାଂସଦ ଶ୍ରୀମତୀ ରୀତା ତରାଇ ମହୋଦୟା ଓ ଜୀବନ ବିନ୍ଦୁ ଓ ଓଡ଼ିଶା ମୋ ପରିବାର ର ଯାଜପୁର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ବିମଳ ଦାସ,ବରିଷ୍ଠ ବିଜୁ ଜନତା ଦଳର ନେତା ତଥା ପୂର୍ବତନ ୨୪ନଂ ଜୋନ୍ ଜିଲ୍ଲାପରିଷଦ ଶ୍ରୀ ଦେବେନ୍ଦ୍ର ଦାସ,ବରୀ ନିର୍ବାଚନ ମଣ୍ଡଳୀ ଛାତ୍ର ସଭାପତି ସଦିଚ୍ଛା ସାମଲ, ଛାତ୍ର ସମ୍ପାଦକ ସମ୍ବିତ ସାମଲ,ଯୁବନେତା ଶ୍ରୀ ନିର୍ମଳ ଦାସ, ବୀରେନ ରାଉତ,ତୁଷାର ଶାନ୍ତି ପ୍ରମୁଖ ରହି ରକ୍ତ ଦାତା ମାନଙ୍କୁଉତ୍ସାହିତ କରିଥିଲେ । (ବରୀ ରୁ ସ୍ବୟଂପ୍ରକାଶ ଦାସ)

Exit mobile version