Home ଓଡ଼ିଶା ରାଜ୍ୟ ସରକାରଙ୍କ ଜାରି ମାର୍ଗଦର୍ଶିକା ଅନୁସାରେ ଗଠିତ 11 ଜଣିଆ କମିଟିର ଏକ ଜରୁରୀ ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ -> ରାଜ୍ୟ ସରକାରଙ୍କ ଜାରି ମାର୍ଗଦର୍ଶିକା ଅନୁସାରେ ଗଠିତ 11 ଜଣିଆ କମିଟିର ଏକ ଜରୁରୀ ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଆସନ୍ତା 18 ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ପୁଣିଥରେ ଖୋଲାଯାଇ ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦି ସ୍ଥାନାନ୍ତର କରାଯିବ । ଖଟସେଜ ଘରେ ହୋଇଥିବା ଅସ୍ଥାୟୀ ଭିତର ଭଣ୍ଡାରକୁ ଏହା ସ୍ଥାନାନ୍ତରିତ ହେବ । ଏହି ସମସ୍ତ ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ କରାଯିବ । ଗତ 14 ତାରିଖ ଦିନ ଭିତର ଭଣ୍ଡାର ମୁଖ୍ୟ ଦ୍ବାରରେ ଲାଗିଥିବା 3ଟି ଯାକ ତାଲା ଟ୍ରେଜେରୀରୁ ଆସିଥିବା ଦୁଇଟି ଚାବିରେ ନ ଖୋଲିବାରୁ ତାଲାଗୁଡିକୁ ଭାଙ୍ଗି କମିଟି ପ୍ରବେଶ କରିଥିଲେ । କିନ୍ତୁ ସମୟ ଅଭାବରୁ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବପର ହୋଇ ପାରି ନଥିଲା । ସେହିଦିନ ଭିତର ଭଣ୍ଡାର ଦ୍ବାରରେ ଭଙ୍ଗାଯାଇଥିବା 3ଟି ଯାକ ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା କରାଯାଇଛି । ଏଥି ସହିତ 2ଟି ନୂଆ ତାଲା ପକାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରି ତାହାର ଚାବିକୁ ମଧ୍ୟ ଟ୍ରେଜେରିରେ ଜମା କରାଯାଇଛି । ସେହି 2ଟି ଚାବି ଆଣି 18 ତାରିଖରେ, ସେଦିନ ଲାଗିଥିବା ନୂଆ ତାଲା ଖୋଲାଯିବ । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଗତ 14 ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥି୍ଲା । ମାର୍ଗଦର୍ଶିକା ଅନୁସାରେ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା । ବାହାର ରତ୍ନ ଭଣ୍ଡାର 3ଟି ଚାବି ରହିଥାଏ । ଗୋଟିଏ ଚାବି ଶ୍ରୀମନ୍ଦିର ପ୍ରଶାସନ ନିକଟରେ, ଗୋଟିଏ ଚାବି ଭଣ୍ଡାର ମେକାପ ଏବଂ ଶେଷ ଚାବି ଗଜପତି ମହାରାଜଙ୍କ ପ୍ରତିନିଧିଙ୍କ ନିକଟରେ ଥାଏ । ଏହି ତିନୋଟି ଚାବି ବ୍ୟବହାର କରି ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା । ବାହାର ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଏବଂ ଜିନିଷପତ୍ରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଭାବେ ଚାଙ୍ଗଡା ଏବଂ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଥିଲା । ସେହି ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ପରମ୍ପରାଗତ ବ୍ୟବସ୍ଥା ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ବନ୍ଦ କରାଯାଇଥିଲା । ଏହାପରେ ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ପ୍ରସ୍ତୁତି ହୋଇଥିଲା । ଭିତର ରତ୍ନଭଣ୍ଡାରରେ 3ଟି ତାଲା ଲାଗିଥିଲା । ଏହା ମଧ୍ୟରୁ ଗୋଟିଏ ଜଉମୁଦ ସିଲ୍ ହୋଇଥିଲା ଏବଂ ଅନ୍ୟ ଦୁଇଟି ସିଲ୍ ନ ହୋଇ ବନ୍ଦ ଥିଲା । ଜିଲ୍ଲା ଟ୍ରେଜେରୀରୁ ଆସିଥିବା ଦୁଇଟି ଚାବିରେ ସମସ୍ତ ତାଲା ଖୋଲିବା ଉଦ୍ୟମ କରାଗଲା । କିନ୍ତୁ କୌଣସି ବି ତାଲା ଖୋଲି ନଥିଲା । ତେଣୁ ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ, ସମସ୍ତ ତାଲାକୁ ଭଙ୍ଗାଯାଇଥିଲା । ଭଙ୍ଗା 3ଟି ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା ଦିଆଯାଇଛି । ଭିତର ରତ୍ନଭଣ୍ଡାରରେ ଥିବା ଜିନିଷାତ୍ ସ୍ଥାନାନ୍ତର କରିବା ସମୟ ସାପେକ୍ଷ ହୋଇଥିବା କମିଟି ଅନୁଭବ କରିଥିଲେ, ତେଣୁ ଆଉ ଏକ ଦିନରେ ଭିତର ରତ୍ନଭଣ୍ଡାର ଜିନିଷ ସ୍ଥାନାନ୍ତର କରିବାକୁ ସ୍ଥିର ହୋଇଥିଲା । ଶେଷରେ ଭିତର ରତ୍ନଭଣ୍ଡାରରେ 2ଟି ନୂଆ ତାଲା ଲଗାଯାଇ ଏହାକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିଲା ଏବଂ ଚାବି ଗୁଡିକୁ ଟ୍ରେଜେରିରେ ଜମା କରାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଜିନିଷ ସ୍ଥାନାନ୍ତର ଶେଷ ହେବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଏହାର ମରାମତି ପାଇଁ ହସ୍ତାନ୍ତର କରାଯିବ । ପ୍ରତ୍ନତତ୍ତ୍ବ ବିଭାଗ ମରାମତି ଶେଷ କରିବା ପରେ ପୁଣିଥରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ସମସ୍ତ ଅଳଙ୍କାର ରତ୍ନଭଣ୍ଡାର ଭିତରକୁ ନିଆଯିବ । ଏବଂ ରତ୍ନଭଣ୍ଡାର ଭିତରେ ହିଁ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଗଣତି ତଥା ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ସ୍ୱଚ୍ଛ ନୟାଗଡ଼ ଗଠନ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱଚ୍ଛତା ଅଭିଯାନ by Proprietor Abhimanyu Maharana August 12, 2026 ଜିଲ୍ଲା ସ୍ତରୀୟ କୃମି ନାଶକ ଦିବସ ପାଳିତ by Proprietor Abhimanyu Maharana August 12, 2026 କନ୍ଧମାଳ ଜିଲ୍ଲାକୁ ଅଶାନ୍ତ କରିବାକୁ ଦିଆଯିବ ନାହିଁ : ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ମେଡିକାଲ କଲେଜ ନାମକରଣ ନିଷ୍ପତ୍ତି କୁ ସ୍ବାଗତ by Proprietor Abhimanyu Maharana August 12, 2026 ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana August 12, 2026 ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠ କୁ ପଦଯାତ୍ରା by Proprietor Abhimanyu Maharana August 12, 2026 ଭୁବନେଶ୍ୱରରେ ‘ବିକଶିତ ଭାରତ ୨୦୪୭’ ଭିଜନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana August 12, 2026