ମୋ ବସ୍ ରୁ ତଳକୁ ଓହ୍ଲାଇ ଦେଲେ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ମୋ ବସ୍ କଣ୍ଡକ୍ଟର

୧୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ପିପିଲି :-> ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୁରୀ ରେ ଚାଲିଥିବାବେଳେ ଆଜି ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ପବିତ୍ର ବାହୁଡ଼ା ଯାତ୍ରା।ଏହି ଦିବ୍ୟ ମହାପ୍ରଭୁଙ୍କର ଯାତ୍ରା ଦେଖିବାକୁ ବିଶ୍ବର କୋଣଅନୁକୋଣରୁ ଭକ୍ତମାନେ ପୁରୀ ଆସିଥାନ୍ତି।ଏହି ଯାତ୍ରା କୁ ଦେଖିବାକୁ ପୁରୀ ବୁଲିବାକୁ କାହାର ଇଛା ନ ଥାଏ। ସେହିପରି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଚାହିଁଥିଲେ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ବାହୁଡା଼ ଯାତ୍ରା ଦେଖିବାକୁ ହେଲେ ବିଡ଼ମ୍ବନାର ବିଷୟ ଏହାକି ତାଙ୍କ ପାଖରେ ଟଙ୍କା ନ ଥିବାରୁ ବସ୍ କଣ୍ଡକ୍ଟର ତାଙ୍କୁ ମୋ ବସ୍ ରୁ ତଳକୁ ଓହ୍ଲାଇ ଦେଇଥିଲେ ।

କାରଣ ତାଙ୍କ ପାଖରେ ଟଙ୍କା ନ ଥିଲା।ସେହି ଦିବ୍ୟାଙ୍ଗ ଜଣକ କ’ଣ ଜାଣିଥିଲେ କି, ସରକାରଙ୍କ ମୋ ବସ୍ ସେବା ତାଙ୍କ ପାଇଁ ରଥଯାତ୍ରା ଏବଂ ବାହୁଡା଼ ଯାତ୍ରା ରେ ଫ୍ରି ନୁହଁ ବୋଲି। ସରକାରଙ୍କ ଏହି ମୋ ବସ୍ ସେବାରେ ଯଦି ଦୁଃଖୀ ଦିନହୀନ ଟିଏ ଜଗା ଦର୍ଶନ ପାଇଁ ନ ଯାଇ ପାରିବ ପୁରୀ ତେବେ କ’ଣ ପାଇଁ ଏ ସରକାର ମିଛ ଡିଣ୍ଡିମ ପିଟୁଛନ୍ତି କହୁଛନ୍ତି ଆମେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସବୁ ପ୍ରକାରର ସ୍ଵତନ୍ତ୍ର ସୁବିଧା ଦେଉଛୁ ଏହା କେବଳ ମିଛ ପ୍ରତିଶ୍ରୁତି ଯେ କି ଏହି ଦିବ୍ୟାଙ୍ଗ ମାନଙ୍କୁ ଠକି ଛନ୍ତି ।

ମୋ ବସ୍ ର ନାୟମ ହେଇଛି ସଂପୂର୍ଣ୍ଣ ଟଙ୍କା ଦେଲେ ପୁରୀ ଯିବ ନ ହେଲେ ଯାଇପାରିବନି ଆଜି ଦିବ୍ୟାଙ୍ଗ ମାନଙ୍କ ପାଇଁ କୈାଣସି ରିହାତି ନାହିଁ କହି ମୋ ବସ୍ ତଳକୁ ଓହ୍ଲାଇବା କେତେ ଦୂର ଠିକ୍ ଏହା ସରକାରୀ ଅଧିକାରୀ ତର୍ଯ୍ୟମା କରିବେ।ସତରେ କଣ ମୋ ବସ୍ ସେବା ଏହି ଦିବ୍ୟାଙ୍ଗ ମାନଙ୍କ ପାଇଁ ବନ୍ଦ ,ଏ ଦୁଃଖୀ ଦରିଦ୍ର ଦିବ୍ୟାଙ୍ଗ ମାନେ କ’ଣ ପୁରୀ ଯାଇ ଦର୍ଶନ କରି ପାରାବେନି ଜଗାକୁ।ଯଦି ଏ ଦିବ୍ୟାଙ୍ଗ ମୋ ବସ୍ ର ସୁବିଧା ନେଇ ଯାଇପାରିବେନି ପୁରୀ ଯିବା ପାଇଁ,ତେବେ ଧିକ୍ ଏ ସରକାରୀ ସେବାକୁ।ଏହି ନିୟମ ଜଗନ୍ନାଥ ବିଚାର କରିବେ ବୋଲି ମନ ଦୁଖ କରି କହିଥିଲେ ଉକ୍ତ ଦିବ୍ୟାଙ୍ଗ

Exit mobile version