ବାହୁଡା ଯାତ୍ରା ଅବସରରେ ରୋଟାରୀ କ୍ଳବ୍ ତରଫରୁ ଅନ୍ନପୂର୍ଣ୍ଣା ଦିବସ ଓ ଜଳଛତ୍ର

୧୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :->  ରୋଟାରୀ କ୍ଳବ୍ ତରଫରୁ ଆଜି ଅପରାହ୍ନ ୧୨ଟା ୩୦ ମିନିଟ୍ ସମୟରେ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବ ରେ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ରେ ଅନ୍ତେବାସୀ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇ ଥିଲା । ଏହା ସହିତ ଅପରାହ୍ନ ୦୪ଟା ସମୟରେ ନୟାଗଡ଼ ବଡଦାଣ୍ଡରେ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ୨୦୦୦ ବଟଲ୍ ଜଳବଣ୍ଟନ କରାଯାଇ ଥିଲା ।

କ୍ଳବ୍ ସଂପାଦକ ରୋଟାରିଆନ୍ ଅବିନାଶ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରିଆନ୍ ଆରିଫ୍ ଖାନ୍, ଶ୍ରୀଧର ସାହୁ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମିହିର ରଂଜନ ନାୟକ, ଜି ରଶ୍ମିରାଜ,ପ୍ରକାଶ ଚନ୍ଦ୍ର ପଟ୍ଟନାୟକ,ପ୍ରବୀର କୁମାର ପୃଷ୍ଟି ଆଦି ବହୁ ସଦସ୍ଯ ଯୋଗଦେଇ ଥିଲେ ।

Exit mobile version