ପୂର୍ବତନ ସରପଞ୍ଚ ବିଜୟ ପ୍ରଧାନଙ୍କ ପରଲୋକ 

୧୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅନ୍ତର୍ଗତ ଫାସୀଓଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ବିଜୟ କୁମାର ପ୍ରଧାନ ଗତ କାଲି ରାତି ୯ଟା ସମୟରେ ହୃଦଘାତରେ ମୃତ୍ୟୁବରଣ କରିଅଛନ୍ତି ! ସ୍ବର୍ଗତ ଶ୍ରୀ ପ୍ରଧାନ ଟଙ୍କାର ବୋଲଗଡସ୍ଥିତ ଘରେ ବସିଥିବାବେଳେ ହୃଦଘାତ ଟଳି ପଡ଼ିଥିଲେ ! ପରିବାର ଲୋକମାନେ ଆଶୁ ଚିକିତ୍ସା ନିମନ୍ତେ !

ତାଙ୍କୁ ତୁରନ୍ତ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ! ସେଠାରେ ଡାକ୍ତର ଶ୍ରୀ ପ୍ରଧାନଙ୍କୁ ମୃତ୍ ଘୋଷଣା କରିଥିଲେ ! ତାଙ୍କର ଏଭଳି ଆକସ୍ମିକ ବିୟୋଗରେ ବୋଲଗଡ ଅଂଚଳରେ ଶୋକର ଛାୟା ଖେଳିଯାଇଛି ! ଶ୍ରୀ ପ୍ରଧାନଙ୍କ ମୃତ୍ୟୁ ଖବର ପାଇ ବିଧାୟକ ପ୍ରଦୀପ ସାହୁ ତୁରନ୍ତ ପହଂଚି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି ! ସ୍ବର୍ଗତ ଶ୍ରୀ ପ୍ରଧାନ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ,ଓ କର୍ତ୍ତବ୍ୟ ନିଷ୍ଠ ବ୍ୟକ୍ତି ଥିଲେ !

Exit mobile version