ବାଙ୍କୀ : ସିମୋର ପୂର୍ତ୍ତବିଭାଗ ରାସ୍ତାରେ ଦୁଇ ମାସ ନ ପୁରୁଣୁ ଉଠିଲାଣି ପିଚୁ – ସାଧାରଣରେ ଅସନ୍ତୋଷ 

୧୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :->  ବାଙ୍କୀ-ସିମୋର ପୂର୍ତ୍ତ ବିଭାଗ ରାସ୍ତା ଦୁଇ ମାସ ତଳେ କଲଭର୍ଟ ହୋଇଥିବା ସ୍ଥାନରେ ପିଚୁ କାର୍ଯ୍ୟ ହୋଇଥିଲା । ସେହି ଜାଗାର ପିଚୁ ଗୁଡ଼ିକ ଉଠି ଖାଲ ହୋଇଥିବାର ଦେଖିବାକୁ ମିଳୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ଅନୁଯାୟୀ ଏହି ରାସ୍ତା କାର୍ଯ୍ୟ ଆରମ୍ଭରୁ ବିନା ସୂଚନା ଫଳକରେ ନିର୍ମାଣ ହୋଇଥିବା ବେଳେ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ତାହା ସର୍ବ ସାଧାରଣରେ ବର୍ତ୍ତମାନ ସୁଦ୍ଧା ସୂଚିତ କରାଯାଇ ନାହିଁ ।

କେବଳ କାର୍ଯ୍ୟ ସିମୋର ବଜାର ଠାରୁ ଭୋଗଡା ଗ୍ରାମର ବାଲୁଙ୍କେଶ୍ୱର ଦେବ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର କାର୍ଯ୍ୟ ହୋଇଛି । ତେବେ ଗଅଁପୁର- ଓସ୍ତପୁର ମଧ୍ୟରେ ଦୁଇଟି ସ୍ଥାନରେ  ଦିନିଆରୀ-ଭୋଗଡା ବାଲୁଙ୍କେଶ୍ୱର ଦେବ ମନ୍ଦିର ମଧ୍ୟରେ ଗୋଟିଏ ସ୍ଥାନରେ ପିଚୁ ଉଠି ଗର୍ତ୍ତ ସୃଷ୍ଟି ହୋଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଠିକାଦାର ଜଣଙ୍କ କାର୍ଯ୍ୟ କିଭଳି ଭାବରେ କରିଥିବାର ଜଣା ପଡୁଛି ।

ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ସଠିକ ଭାବରେ କାର୍ଯ୍ୟର ମାନ ପ୍ରତି ଧ୍ୟାନ ଦେଇ ନ ଥିବାରୁ ଏଭଳି ହୋଇଛି ବୋଲି ସଚେତନ ନାଗରିକ ମାନେ ମତ ପ୍ରକାଶ କରିଛନ୍ତି । ଏହି ଘଟଣା ସଂପର୍କରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଫକୀର ବେହେରାଙ୍କୁ ପଚାରିବାରେ ଆସନ୍ତା କାଲି ଭିଜିଲାନସ ଦଳ ଓ ଉପରିସ୍ଥ ପୂର୍ତ୍ତ ବିଭାଗ କର୍ମଚାରୀ ମାନେ କାର୍ଯ୍ୟର ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ।

Exit mobile version