
ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ନୟାଗଡ :- ଲକଡାଉନ ଏବଂ ସଟଡାଉନ ପରିପ୍ରେକ୍ଷୀରେ ରକ୍ତର ଅଭାବକୁ ଆଖି ଆଗରେ ରଖି ରାଜ୍ୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ।
ସେଇ ଅବସରରେ ଆଜି ନୟାଗଡ ମୁନିସିପାଲିଟିର ସମସ୍ତ ୱାର୍ଡରୁ ଏଠାକାର ବିଜେଡି କାର୍ଯ୍ୟାଳୟ ପରିସରରେ ସ୍ବେଛାକୃତ ରକ୍ତଦାନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁନିସିପାଲିଟିରୁ ସର୍ବମୋଟ 60 ୟୁନିଟ ବ୍ଲଡ଼ ସଂଗୃହିତ ହୋଇ ଯାଇଛି ।
ଏ ସମସ୍ତ କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ଭାବେ ଜିଲ୍ଲା ଜୀବନ ବିନ୍ଦୁର ନବ ନିଯୁକ୍ତ ମୁଖ୍ୟ ତଥା ନୟାଗଡ ଏନ.ଏ. ସି ର ଶେଷ ଅଧ୍ୟକ୍ଷ ତଥା ପୂର୍ବତନ ନଗରାଧ୍ୟକ୍ଷ ଗୁରୁ ପ୍ରସାଦ ଯେନା,ବିଶିଷ୍ଟ ସମାଜସେବୀ ତଥା ରୋଟାରୀଆନ ପ୍ରମୋଦ ପଟନାୟକ, ପୂର୍ବତନ କାଉନ୍ସିଲର ତଥା ବଣିକସଙ୍ଘ ସଭାପତି ଜାନକୀ ବଲ୍ଲଭ ଯେନା,ସାମାଜିକ କର୍ମୀ ଦାମ ସାର,ବିଜୁ ଯୁବ ବାହିନୀ
ସଭାପତି ସତ୍ୟବ୍ରତ ପଟନାୟକ, ପୂର୍ବତନ ଅଧ୍ୟକ୍ଷ୍ୟା ଜୟଶ୍ରୀ ପଟନାୟକ, ବିଜୁ ଯୁବ ବାହିନୀର ଟିନିଆ ସାହୁ, ପୂର୍ବତନ କାଉନ୍ସିଲର ତଥା ସମାଜସେବୀ ନେତ୍ରାନନ୍ଦ ସାହୁଙ୍କ ସମେତ ନୟାଗଡ ସହରାଞ୍ଚଳର ବିଜେଡିର ବହୁ ଯୁବ, ଛାତ୍ର ସଂଗଠନର ଛାମୁଆ କର୍ମୀ ଉପସ୍ଥିତ ରହି ଏହି ମହାନ କାର୍ଯ୍ୟକୁ ଆଗେଇ ନେଇଥିଲେ । (ନୟାଗଡ ରିପୋର୍ଟ /ରାମକୃଷ୍ଣ ରଥ)
