ବ୍ଲକ ସ୍ତରୀୟ ମାଟ୍ରିକ ମେଧା ସମ୍ବର୍ଦ୍ଧନା ସମାରୋହ


୧୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ରବିବାର ଦିନ ସାରିଆ ଭଗବାନ ମହତ୍ୱ ଟ୍ରଷ୍ଟ, ଚିଲିକା ଆନୁକୁଲ୍ୟରେ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟ୍ରଷ୍ଟର ସଭାପତି ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଶିକ୍ଷକ ମନମୋହନ କହଲ ସିଂହଙ୍କ ସଂଯୋଜନାରେ ମାଟ୍ରିକ ମେଧା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ ସ୍ବାଇଁ ଏବଂ ସମ୍ପାଦକ କୁନା ମହତ୍ୱଙ୍କ ମିଳିତ ଆବାହକତ୍ବରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ, ଓଡିଶାର ସାଙ୍ଗଠନିକ ସମ୍ପାଦକ ଡ. ନିରଞ୍ଜନ ମହାନ୍ତି ମୁଖ୍ୟ ବକ୍ତା, ବୋଲଗଡ଼ ବ୍ଲକ ଅଧ୍ୟକ୍ଷ୍ୟା ହୁଲାସ ପ୍ରଧାନ, ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ,

 

ସରପଞ୍ଚ ଗୀତାଞ୍ଜଳି ସାହୁ, ସମିତି ସଭ୍ୟା ନିର୍ମଳା ପ୍ରଧାନ,ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତବାସ ଲେଙ୍କା,ପ୍ରାକ୍ତନ ବୋଲଗଡ଼ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସାଧନ କେନ୍ଦ୍ର ମଣ୍ଡଳ ସଂଯୋଜକ ପଦ୍ମ ଚରଣ ବେହେରା,ଉଭୟ ଚିଲିକା ଓ ବୋଲଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ସାଧନ କେନ୍ଦ୍ର ମଣ୍ଡଳ ସଂଯୋଜକ ନୀଳାଦ୍ରୀ ଭୂଷଣ ଦାଶ ଏବଂ କୈଳାସ ନାଥ ସ୍ବାଇଁ ସ୍ବାଇଁ ଓ ପାଞ୍ଚଗଡ଼ ସୃଜନଶୀଳ ସମିତିର ଉପସଭାପତି ନିରଞ୍ଜନ ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ.  ମେଧାବୀ ଛାତ୍ର ଛାତ୍ରୀ ଈଶ୍ୱର, ସେମାନଙ୍କ ପିତାମାତା, ଗୁରୁଜୀ ଗୁରୁମାଆ ଏବଂ ଗୁରୁଜନଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା,ସମୟ , ମୋବଇଲ ଓ ଅର୍ଥର ସଦୁପଯୋଗ କରିବା, କଠିନ ଅଧ୍ୟବସାୟୀ ହେବା,

ସମାଜ ସେବା କରିବା,ବଡ ହେଲେ ମଦ୍ୟ ଓ ଧୂମ୍ରପାନ ନ କରିବା, ଜୁଆ ନ ଖେଳିବା ଏବଂ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା,ଚରିତ୍ରକୁ ନିଷ୍କଳଙ୍କ ରଖିବା ଏବଂ ଜନ୍ମମାଟିକୁ ନ ଭୁଲିବାକୁ ଉପଦେଶ ପ୍ରଦାନ କରିଥିଲେ । ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ୨୮ଟି ମାଧ୍ୟମିକ ବିଦ୍ୟାଳୟର ବିଦ୍ୟାଳୟ ସ୍ତରରେ ଗତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୨୮ଜଣ ମେଧାବୀ ଛାତ୍ରଛାତ୍ରୀ, ଏହା ବ୍ୟତୀତ ୩ଜଣ ଏ୧ ଗ୍ରେଡ଼ ଧାରୀ, ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଥିବା ନୟାଗଡ଼ ଜିଲ୍ଲାର ୫ବର୍ଷ ତିନି ମାସର ଶିଶୁ କନ୍ୟା ଆଲିଶା ମହାପାତ୍ରଙ୍କୁ ଅଭିନନ୍ଦନିକା ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ଉକ୍ତ କର୍ଯ୍ୟକ୍ରମରେ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଓ ବିଦ୍ୟାର୍ଥୀ, ଶିକ୍ଷକ ସାନନ୍ଦ କୁମାର ସାହୁ,ସୁଧାଂଶୁ କୁମାର ଦାଶ, ବିଶ୍ୱଜିତ ସରୋଜ କୁମାର, ଟ୍ରଷ୍ଟର ସଭ୍ୟା ମୀନାବାଇ ପ୍ରଧାନ ଏବଂ ସମାଜସେବୀ ରବୀନ୍ଦ୍ର ସାଥୁଆ ସହଯୋଗ କରିଥିଲେ। ପରିଶେଷରେ ସଂଯୋଜକ ଶ୍ରୀ କହଲସିଂଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version