୭୬ ଜଣଙ୍କୁ ନୂତନ ଭତା ବାଣ୍ଟିଲେ ବିଧାୟକ

୧୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :->  ବେଗୁନିଆ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନୂତନ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛିଏଥିରେ ମୋଟ ୧୮୨ ଜଣ ମଧ୍ୟରୁ ମଧୁବାବୁ ପେନସନ ଯୋଜନାରେ  ୮୬ ଜଣ ଓ ଇନ୍ଦିରା ଗାନ୍ଧୀ ପେନସନ ଯୋଜନାରେ ୯୬ ଜଣ ଭତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଲକ୍ଷ୍ମୀଧର ସାହୁଙ୍କ ଅଧ୍ୟକ୍ଷତାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ଅତିଥି ଭାବେ ଯୋଗ ଦେଇ ୭୬ ଜଣ ହିତାଧିକାରୀ ମାନଙ୍କୁ ଭତା ବଣ୍ଟନ କରିଥିଲେ। ସଭାର ପ୍ରାରମ୍ଭରେ ପଂଚାୟତ ଉନ୍ନୟନ ଅଧିକାରୀ ନୀଳକଣ୍ଠ ମାନସିଂହ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ପୂଜା ପୁଷ୍ପାଞ୍ଜଳି ଖଟେଇ ପରିଚାଳନା କରିଥିଲେ ।

Exit mobile version