୪୦ ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତ ଅଟକ

୧୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :-> ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ବୋଲଗଡ ଥାନା ଅଂଚଳରେ ଦେଶୀ ମଦ ଜବତ ସହ ଅଭିଯୁକ୍ତକୁ ଗିରଫ କରି ଅଟକ ରଖିଛି ।

ବେଗୁନିଆ ଅବକାରୀ ଥାନା ଉପନିରୀକ୍ଷକ ଏନ ଜାଗିନ ରାଓ ସୂଚନା ଅନୁଯାୟୀ ବୋଲଗଡ ଥାନା ଅଂଚଳରେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ କାସନ୍ଦା ଗ୍ରାମର କାର୍ତ୍ତିକ ସାହୁଙ୍କ ଠାରୁ ୪୦ ଲିଟର ଦେଶୀ ମଦ ସହ ଏକ ମୋଟର ସାଇକେଲ ଜବତ କରିଛି । ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ।

Exit mobile version