ତେଲଙ୍ଗାପେଣ୍ଠ ବଜାରରେ ବୃକ୍ଷରୋପଣ

୧୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ  :->  କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଅନ୍ତର୍ଗତ ତେଲଙ୍ଗାପେଣ୍ଠ ବଜାର ସ୍ଥିତ ଫ୍ଲାଏ ଓରଭର ବ୍ରିଜ କଡ଼ରେ ରବିବାର ସକାଳେ ହିନ୍ଦୁସ୍ତାନ ହେଲପିଙ୍ଗ ହ୍ୟାଣ୍ଡ ଅରଗାନାଇଜେସନ ଏବଂ ତେଲଙ୍ଗାପେଣ୍ଠ ବଜାର ବ୍ୟବସାୟୀ କମିଟିର ମିଳିତ ସହଯୋଗରେ ସବୁଜ ପୃଥିବୀ ଆମର ଲକ୍ଷ୍ୟ ଉଦ୍ୟଶରେ ଏକ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୨୦ ଟି ବିଭିନ୍ନ ଗଛ ଅତିଥିମାନେ ରୋପଣ କରିଥିଲେ । ଏହି ଅବସରରେ ଏକ ସଭା ତେଲଙ୍ଗାପେଣ୍ଠ ବଜାର ବ୍ୟବସାୟୀ ସଂଘର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା ।

କଟକ ସଦର ଥାନାର ଆଇଆଇସି ଜଗନ୍ନାଥ ମଲ୍ଲିକ , ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି, ଶିକ୍ଷାବିତ ଶରତ କୁମାର ରଥ, ସମାଜ ସେବୀ ତଥା ସ୍ତମ୍ବକାର ଶ୍ରୀ ସନ୍ୟାସ ଜୀ , କଟକ ନଗର ବିଜେପି ଉପ ସଭାପତି ସ୍ୱାଧୀନ ଚେତା ମହାନ୍ତି, ଏସ ଆଇ ଭାସ୍କର ପ୍ରଧାନ, ହିନ୍ଦୁସ୍ତାନ ହେଲପିଙ୍ଗ ହ୍ୟାଣ୍ଡସ ଅରଗାନାଇଜେସନର ସଭାପତି ବାସୁଦେବ ପାତ୍ର ପ୍ରମୁଖ ଯୋଗଦେଇ କହିଲେ ଯେ , ପୃଥିବୀ ବକ୍ଷରୁ ଗଛ ସବୁ କାଟି ଦିଆ ଯାଉଥିବାରୁ ଅନେକ ସମୟରେ ପାକୃତିକ ବିପଦ ସୃଷ୍ଟି ହେଉଛି ।

ପୃଥିବୀ ପୃଷ୍ଠରୁ ଭୁତଳ ଜଳ ଧାର ଧିରେ ଧିରେ କମିବାରେ ଲାଗିଛି । ଏଣୁ ସୁସ୍ଥ ସମାଜ ଗଠନ ସହିତ ସବୁଜ ପୃଥିବୀ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ବାଡ଼ି ବଗିଚାରେ ଗଛ ଲଗାଇ ଏହାର ଜତ୍ନ ନେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । କଟକ ସଦର ଅଞ୍ଚଳର ହିନ୍ଦୁସ୍ତାନ ହେଲପିଙ୍ଗ ହ୍ୟାଣ୍ଡସ ଅନୁଷ୍ଠାନ ପ୍ରତିବର୍ଷ ଖାଲି ପଡିଥିବା ପଡିଆ , ନଦୀବନ୍ଧ ଆଦି ସ୍ଥାନରେ ବୃକ୍ଷ ରୋପଣ କରି ନୂତନ ସବୁଜ ଜଙ୍ଗଲ ସୃଷ୍ଟି କରିପାରିଛି ।

ଏହି ଅନୁଷ୍ଠାନ ଶ୍ରୀଗୁଣ୍ଡିଚା ଦିନ ଦଶ ଏକର ସରକାରୀ ଜମିରେ ୧୦ ହଜାର ବୃକ୍ଷ ରୋପଣ କରି ସାରିଛି । ଏହି ଅନୁଷ୍ଠାନ ଆଗକୁ ଏକ ଲକ୍ଷ ବୃକ୍ଷ ରୋପଣ କରିବା ପାଇଁ ଲକ୍ଷ ରଖିଛି । ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟରେ ତେଲଙ୍ଗାପେଣ୍ଠ ବଜାର ବ୍ୟବସାୟୟୀ କମିଟିର ସଭାପତି ବିଭୁତି ଭୁଷଣ ପ୍ରଧାନ, ପବିତ୍ର ମୋହନ ଶତପଥୀ, ପ୍ରଦିପ ନାୟକ,ଅନିରୁଦ୍ଧ ନାୟକ , ଅରକ୍ଷିତ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Exit mobile version