କଟକ ପୁରୀଘାଟ ଥାନା ନିକଟସ୍ଥ ଘରୋଇ ହସ୍ପିଟାଲ ରେ ଅଗ୍ନିକାଣ୍ଡ

୧୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :->  କଟକ ପୁରୀଘାଟ ଥାନା ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଶନିବାର ଦିନ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ, ଶର୍ଟ ସର୍କିଟ ପାଇଁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି । ଅଗ୍ନି କାଣ୍ଡ ଘଟିଥିବାର ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ତଥା ସ୍ଥାନୀୟ ପୋଲିସ ଉପସ୍ଥିତ ରହି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ ।

ଅଗ୍ନିକାଣ୍ଡ ଘଟିବା ମାତ୍ରେ ଉଦ୍ଧାରକାରୀ ଦଳ ହସପିଟାଲରେ ଥିବା ରୋଗୀମାନଙ୍କୁ ବାହାରକୁ ଆଣି ଚିକିତ୍ସା ନିମନ୍ତେ ଏସିବିକୁ ଏବଂ ଅନ୍ୟ ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ । ଅଗ୍ନିକାଣ୍ଡ ଘଟିଥିବା ହସ୍ପିଟାଲରେ ଅଗ୍ନି ନିରାପାତା ବ୍ୟବସସ୍ଥା ଅଛି କି ନାହିଁ ଏବଂ ଏହି ହସ୍ପିଟାଲର କେତେଜଣ ମାଲିକ ଅଛନ୍ତି । ଏହାର ଅନ୍ୟାନ୍ୟ ସମସ୍ତ କାଗଜପତ୍ର ଠିକ ଅଛକି ନାହିଁ ତାହା ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି ।

ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉକ୍ତ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ଖବର ପାଇ ସମବେଦନା ଜଣାଇବା ସହିତ ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡ଼ିକାଲକୁ ନେବା ପାଇଁ କହିଛନ୍ତି । ଏହି ଘଟଣାର ଖବର ପ୍ରଚାରିତ ହେବା ମାତ୍ରେ ଘଟଣା ସ୍ଥଳରେ ଶହ ଶହ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା ।

Exit mobile version