ବାଉଁଶଲୁଣ୍ଡି ମଶାଣି ରେ ସାଂସଦ ଅନନ୍ତ ନାୟକ ଗଛ ଲଗାଇଲେ

ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଭଞ୍ଜନଗର :->  ଦିନକୁ ଦିନ ପରିବେଶ ବିଗିଡିବାରେ ଲାଗିଛି । ଫଳରେ କେଉଁଠି ଅତ୍ୟଧିକ ବର୍ଷା ଫଳରେ ଧନ୍ ଜୀବନ ନଷ୍ଟ ହେଉଛି ତ କେଉଁଠି ବର୍ଷା ନେହେବା କାରଣରୁ ବ୍ୟାପକ ଫସଲ ନଷ୍ଟ ହେଉଛି । ତେଣୁ ପରିବେଶର ସୁରକ୍ଷା କରିବାକୁ ହେଲେ ବ୍ୟାପକ ବୃକ୍ଷ ରୋପଣ ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ମା’ ପାଇଁ ଗଛ ଟିଏ ର ସ୍ଲୋଗାନ ଦେଇ ବ୍ୟାପକ ଚାରା ରୋପଣ ଓଡ଼ିଶାରେ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ସ୍ଥିତ ବାଉଁଶଲୁଣ୍ଡି ଠାରେ ଯୁବକ ସଂଘ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାଯ୍ୟକ୍ରମ ରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଓ ସଂମ୍ମାନୀତ ଅତିଥି ରୂପେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗ ଦେଇଥିଲେ ।

ନିକଟସ୍ଥ ସ୍ୱଶାନ ନିକଟରେ ବିଭିନ୍ନ ପ୍ରକାରର ୧୦୦ ଚାରା ରୋପଣ କରାଯାଇଥିଲା। ପରିବେଶ ର ସୁରକ୍ଷା ପାଇଁ ବ୍ୟାପକ ଚାରା ରୋପଣ କରିବାସହ ଚାରା ର ଯତ୍ନ ନେବାପାଇଁ ଉପସ୍ଥିତ ଜଣ ସାଧାରଣ ଓ ଯୁବ ବର୍ଗ ଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ ଉପସ୍ଥିତ ରହି ଯୁବକ ସଂଘର କାଯ୍ୟଶୈଳୀ ଙ୍କୁ ପ୍ରଶଂସା କରିଥିଲେ ।

ଯୁବ ବିଜେପି ନେତା ଅଯୋଧ୍ୟା ନାଥ ମହାପାତ୍ର, ସନ୍ତୋଷ ତିଆଦି, ଶିବ ମହାପାତ୍ର, ନୀଳ ମାଧବ ପାତ୍ର, ସୁଜିତ,ଅଜିତ, ପ୍ରମୁଖ ଯୋଗ ଦେଇଥିଲେ।କବି ସମ୍ରାଟ ମିଡ଼ିଆ କ୍ଲବ ଉପସଭାପତି ପୁରୁଷୋତ୍ତମ ମହାପାତ୍ର ଓ ସରପଞ୍ଚ ଉଦ୍ଧବ ମିଶ୍ର ଯୁବକ ସଂଘ ସଦସ୍ୟ ଙ୍କୁ ଧନ୍ୟବାଦ ଦେବା ସହ ଗଛଟିଏ ଲଗାଇବା ସହିତ ସମସ୍ତ ଙ୍କୁ ଗଛ ଲଗାଇବା ନିମନ୍ତେ ସଚେତନତା କରିବାକୁ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ଣ ଚନ୍ଦ୍ର ପ୍ରଧାନ,ଭଞ୍ଜ ପ୍ରଧାନ, ଲିଟୁ, ବିଦେଶୀ, କାଳୁ, ମନୋଜ, ସନଜ,କୁମର, ଗୁରୁମୁର୍ତି, ନାଚିକେତା ,ସୁଜିତ,ସମୀର,ପୁପୁ, ଚିଗୁନ ପ୍ରମୁଖ ଯୋଗଦେଇ ଥିଲେ । 

ମୟୂରଭଞ୍ଜ ବାରିପଦା ରୁ ଗୌର ଦାସଗିରି

Exit mobile version