ଦଶପଲ୍ଲା ଅଂଚଳର ତୁଂଗ ବିଜେପି ନେତା ଏବେ କୋମାରେ

୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦୀର୍ଘଦିନ ର ବିଜେଡ଼ି ଶାସନ ପରେ ଓଡିଶା ର ଶାସନ ଭାର ଯାଇଛି ବିଜେପି ହାତକୁ । ଇତିମଧ୍ୟରେ ମୋହନ ସରକାର ତାଙ୍କର ଏକମାସର ପୂର୍ତ୍ତି ପାଳନ କରିଛନ୍ତି । ଏକକ ସଂଖ୍ୟା ଗରିଷ୍ଠ ଦଳଭାବରେ ବିଜେପି ତାର ଦବଦବା ଜାରୀ ରଖିଥିଵାବେଳେ, ଦଶପଲ୍ଲାରେ କିନ୍ତୁ ଦେଖିବାକୁ ମିଳୁଛି ଭିନ୍ନ ଦୃଶ୍ୟ । ଦଶପଲ୍ଲାରେ ବିଜେଡି ତାର୍ ସ୍ଥତାବସ୍ଥା ପୁନଃ ସ୍ଥାପନ କରିଥିବାବେଳେ, ରମେଶ ଚନ୍ଦ୍ର ବେହେରା ନିଜର ଅମାୟୀକ ସ୍ବଭାବ ଓ ଲୋକ ପ୍ରୀୟତା କୁ ପାଥୋୟ କରି , ପୁନର୍ବାର ଦିତୀୟ ଥର ପାଇଁ ବିଧାୟକ ହୋଇଛନ୍ତି ।

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଦଳର ଟିକେଟ ପାଇ, ରାଘବ ମଳିକ ନିର୍ବାଚନରେ ଖୁବ୍ କମ୍ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ ମଧ୍ୟ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ,ସେ ନିଜର ଉପସ୍ଥିତି ଜାହିର୍ ରଖିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ,ନିର୍ବାଚନ ପୂର୍ବରୁ ରାଘବ ମଳିକ କଂ ବିରୁଦ୍ଧରେ ବିଶୋଦ୍ଗାର କରି ,ନିଜକୁ ବିଜେପିର ତୁଂଗ ତଥା କରିତକର୍ମା କହୁଥିବା ତଥା ,ଅନ୍ତଃ କନ୍ଦଳ ସୃଷ୍ଟି କରୁଥିବା ନେତାମାନେ ଏବେ କୁଆଡେ ଗଲେ ?…..

ତେବେ କଣ ସେମାନେ କେବଳ ଟିକେଟ ହାତେଇବା ଆଶାରେ ରହିଥିଲେ କି ? ଏଭଳି ଅନେକ ପ୍ରଶ୍ନ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମନରେ ଉଂକି ମାରୁଛି । କିଛି ବୟବୃଦ୍ଧ ଲୋକ କହୁଛନ୍ତି କି ,କିଛି ବିଜେପି ନେତା କଣଠେଷା ହୋଇ ରହିଯାଇଥିବା ବେଳେ ,ଆଉକିଛି ବିରି ମାଡ ଦେଖି , କୋଳଥ ଚେପା ନ୍ୟାୟ ରେ ,କୋମା ଅବସ୍ତା କୁ ଚାଲିଯାଇଛନ୍ତି ।

Exit mobile version