Home ଓଡ଼ିଶା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସମାରୋହର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ମାନ୍ୟବର ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ, ମୟୂରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ, ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ୍ ଓ ସାରସକଣା ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦କୁ ଆପଣେଇବା ସହ ପାରମ୍ପାରିକ ଜ୍ଞାନ କୌଶଳର ସୁରକ୍ଷା, ନୃତ୍ୟ, ସଙ୍ଗୀତ, ଯୋଗ, କଳା ଓ ବିଜ୍ଞାନ ଦିଗରେ ଅନୁସନ୍ଧାନ ନିମନ୍ତେ ବିଶ୍ୱବିଦ୍ୟାଳୟ ବଦ୍ଧପରିକର ବୋଲି କହିବା ସହ ଶିମିଳିପାଳକୁ ନେଇ ଏକ ଉତ୍କର୍ଷ କେନ୍ଦ୍ର, ଜନଜାତି ଅଧ୍ୟୟନ କେନ୍ଦ୍ର, ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର ପାଇଁ ଲୁଇପାଙ୍କ ନାମରେ ଏକ ଓଡ଼ିଆ ଚେୟାର ପ୍ରତିଷ୍ଠା, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ସୂଚନା ପ୍ରଯୁକ୍ତିବିଦ୍ୟା ଚେୟାର ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ଏକ ପଛୁଆ ଜିଲ୍ଲା ନୁହେଁ ବରଂ ପଣ୍ଡିତ ରଘୁନାଥ ମୁର୍ମୁ, ଲୁଇପା, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ବିଭିନ୍ନ ବିଶିଷ୍ଟବ୍ୟକ୍ତିଙ୍କ ନାମରେ ଆଜି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ବୋଲି ମତପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟକୁ ଏକ ମଣିଷ ତିଆରି କାରଖାନା ରୂପେ ଅଭିହିତ କରି ଆଗାମୀ ଦିନରେ ଶିମିଳିପାଳ ଓ ଓଡ଼ିଆ ଗବେଷଣାରେ ବ୍ରତୀ ହେବାକୁ ନିବେଦନ କରିଥିଲେ । ସରକାରଙ୍କ ତରଫରୁ ବିଶ୍ୱବିଦ୍ୟାଳୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ମୟୂରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ ବିଶ୍ୱବିଦ୍ୟାଳୟ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବରଦାନ ସାଜିଛି ବୋଲି କହିବା ସହ ବିଶ୍ୱବିଦ୍ୟାଳୟରେ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ରହିଥିବାରୁ ସେ ସାଧୁବାଦ ଜ୍ଞାପନ କରିଥିଲେ । ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ୍ ଅଶୀ ଦଶକର ମୟୂରଭଞ୍ଜର ଜନ ଆନ୍ଦୋଳନ ଦ୍ୱାରା କିଭଳି ଏ ବିଶ୍ୱବିଦ୍ୟାଳୟର ଜନ୍ମ ହୋଇଥିଲା ତାର ସ୍ମୃତିଚାରଣ କରିବାସହ ଛାତ୍ରଛାତ୍ରୀଙ୍କୁ ଚରିତ୍ର ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ । ସାରସକଣା ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦା ନିଜ ବକ୍ତବ୍ୟରେ ଖୋଡ଼ିଆ, ଲୋଧା ଆଦି ପିଭିଟିଜି ସମ୍ପ୍ରଦାୟର ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ବିଶ୍ୱବିଦ୍ୟାଳୟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସହ ପାରମ୍ପରିକ କୃଷି ଉପରେ ଗବେଷଣା କରିବାକୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିଗଣ ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କ୍ୟାମ୍ପସରେ ବୃକ୍ଷରୋପଣ କରିଥିଲେ । ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ଏକ ସଭାରେ ପ୍ରଥମେ ବିଶ୍ୱବିଦ୍ୟାଳୟ ସଙ୍ଗୀତ ଗାନ କରାଯାଇଥିଲା । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆମନ୍ତ୍ରିତ ଅତିଥିଗଣଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ‘ଆମ ବିଶ୍ୱବିଦ୍ୟାଳୟ ଅନନ୍ୟ’ ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପରିବେଷଣ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ‘ବାର୍ଷିକ ରିପୋର୍ଟ’ ଓ ‘ବିଶ୍ୱବିଦ୍ୟାଳୟ ସମ୍ବାଦପତ୍ର’ ଉନ୍ମୋଚନ କରାଯାଇଥିଲା । କୁଳସଚିବ ଶ୍ରୀ ସହଦେବ ସମାଧିଆ ୨୦୨୩-୨୪ ମସିହାର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ ଡ. ବସନ୍ତ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ “ଭୁମି ଗୌରବ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଓଡ଼ିଆ ଭାଷାର ସୁନାମଧନ୍ୟ ଲେଖିକା ଡ. କବିତା ବାରିକ, ବିଶିଷ୍ଟ କ୍ରୀଡ଼ାବିତ୍ ଓ ସୁଦକ୍ଷ ସିନେ ଅଭିନେତା ଶ୍ରୀ ଅସିତ ବରଣ ପତି ଓ କାର୍ଯ୍ୟଦକ୍ଷ ପ୍ରଶାସକ ଓ ପ୍ରବୀଣ ଶିକ୍ଷାବିତ୍ ଡ. ରଜନୀକାନ୍ତ ବିଶ୍ୱାଳ । ଏ ଅବସରରେ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ସେମାନେ ହେଲେ ଏହି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି (୧୯୯୯-୨୦୦୦ ମସିହା), ପ୍ରଫେସର ସୁଦର୍ଶନ ନନ୍ଦ (୨୦୦୫-୨୦୦୮ ମସିହା), ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର (୨୦୧୪-୨୦୧୭ ମସିହା), ପ୍ରଫେସର ପ୍ରଦୀପ କୁମାର ଚାନ୍ଦ (୨୦୧୭-୨୦୨୦ ମସିହା), ଓ ପ୍ରଫେସର କିଶୋର କୁମାର ବସା (୨୦୨୦-୨୦୨୨ ମସିହା ) ।ପ୍ରାଣୀ ବିଜ୍ଞାନ ବିଭାଗର ୨୦୨୩ ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବାରୁ ସୁଶ୍ରୀ ଚିନ୍ମୟୀ ଦାସଙ୍କୁ କୁମୁଦିନୀ ମେମୋରିଆଲ୍ ପୁରସ୍କାର ଓ ୨୦୨୪ ମସିହାର ଶ୍ରେଷ୍ଠ ଇତିହାସ ସ୍ନାତକ ପାଇଁ ଡକ୍ଟର ଅଶୋକ ପ୍ରିୟଦର୍ଶୀ ମେମୋରିଆଲ୍ ପୁରସ୍କାର ବହଳଦା ଧୀରଜଲାଲ ମହାବିଦ୍ୟାଳୟର ଶ୍ରୀ ବିକାଶ ସିଂଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ମୟୂରଭଞ୍ଜର ବିଶିଷ୍ଟ ବ୍ୟକ୍ତିଗଣ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀବୃନ୍ଦ, ବିଶ୍ୱବିଦ୍ୟାଳୟର ବର୍ତ୍ତମାନର ଓ ପୁରାତନ ଛାତ୍ରଛାତ୍ରୀ, ନିମନ୍ତ୍ରିତ ଅତିଥି ଗଣ, ଗଣମାଧ୍ୟମ ପ୍ରତିନିଧିଗଣ ଯୋଗଦେଇଥିଲୋ Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content Corrosion-resistant steel solution designed for construction, infrastructure, manufacturing and engineering applications by Proprietor Abhimanyu Maharana September 10, 2026 Actress Ms. Sreeleela Unveils Kalyan Jewellers’ First Showroom in Rayagada by Proprietor Abhimanyu Maharana September 10, 2026 ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି” by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026