ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ତର୍କ ପ୍ରତିଯୋଗିତା କାର୍ଯ୍ୟକ୍ରମ

୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :-> ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ଗ୍ରାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ତର୍କ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଅତସୀ କୁସୁମ ପ୍ରଧାନଶିକ୍ଷୟିତ୍ରୀ ଓ ଶିକ୍ଷକ ପଠାଣି କୁମାର ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟର ପୋଷ୍ୟକର୍ତ୍ତା ବାଉରୀ ଶ୍ରୀ ଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ  ବୋଲି ମତ ପ୍ରକାଶ କରିଥିଲେ ।

ସଭାର ପ୍ରାରମ୍ଭରେ ଶିକ୍ଷକ ସମୀର କୁମାର ଚିନେରା ପରିବେଶ ସମ୍ପର୍କିତ ସଚେତନତା ଧର୍ମୀ ଗୀତ ପରିବେଷଣ କରିଥିଲେ। ପରେ  ଚତୁର୍ଥରୁ ସପ୍ତମ ଜୁନିୟର ଓ ଅଷ୍ଟମରୁ ଦଶମ ସିନିୟର ବର୍ଗ  ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇ ଜୁନିୟର ବର୍ଗର ଲକ୍ଷ୍ମୀ ଜେନା,ତପସ୍ଵିନୀ ମହାପାତ୍ର, ଆଶୁତୋଷ ପଣ୍ଡା ଏବଂ ସିନିୟର ବର୍ଗର ସ୍ଥିତି ପ୍ରଜ୍ଞା ଜେନା ବାସୁଦେବ ଦାଶ, ମାନସ ସାମଲଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ

Exit mobile version