ଅଜଣା ଜନ୍ତୁ କାମୁଡାରେ ୨୭ ମେଣ୍ଢା ମୃତ୍ୟୁ

୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲାର ଗ୍ରାମଦେବୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କରୁ ଋଣ ଅର୍ଥରେ ମେଣ୍ଢା ଚାଷ କରିଥିଲେ। ତେବେ ଗୁରୁବାର ଦିନ ରାତିରେ କୌଣସି ଅଜଣା ଜନ୍ତୁ ପଶି ୨୭ ଗୋଟି ମେଣ୍ଢାର ବେକକୁ କାମୁଡି ଦେଇଥିବାରୁ ମୃତ୍ୟୁ ଘଟିଥିବାର ସକାଳେ ଦେଖିବାକୁ ପାଇଥିଲେ ।

ଏଥିରେ ବେଗୁନିଆ ପ୍ରାଣୀ ଚିକିତ୍ସାଧିକାରୀ ବନ୍ଦିତା ବେହେରାଙ୍କୁ ଜଣାଇବାରେ ଘଟଣାର ତଦନ୍ତ କରିବା ସହ  କ୍ଷତି ପୂରଣ ପ୍ରଦାନ କରିବା ଚେଷ୍ଟା କରାଯିବ ବୋଲି କହିଛନ୍ତି।

Exit mobile version