Home ଓଡ଼ିଶା ଦାଣ୍ଡିମାଳର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ବାବୁ ସିଂ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp •ଦାଣ୍ଡିମାଳର ବିକାଶ ମୋର ସଂକଳ୍ପ : ବାବୁ ସିଂ •ଦୟା ନଦୀ ବନ୍ଧ ରାସ୍ତା ଓ ଦ୍ୱିତୀୟ ବ୍ରିଜ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ। ୧୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ର ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ସହ ମିଶିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଧାୟକ ବାବୁ ସିଂ।ଦୟାସେତୁ ଠାରୁ ଟିକରପଡା ପଞ୍ଚାୟତର କଲ୍ୟାଣପୁର ଶାସନ ଗ୍ରାମ ପର୍ଯ୍ୟନ୍ତ ନଦୀ ବନ୍ଧ ରାସ୍ତା ଦୀର୍ଘ ଦିନ ଧରି ଦୟନୀୟ ଅବସ୍ଥା ରେ ପଡ଼ିରହିଥିଲା। ଇଟିପୁର ପଞ୍ଚାୟତ ଅଞ୍ଚଳରେ ଦ୍ୱିତୀୟ ଦୟା ସେତୁ ନିର୍ମାଣ ମଧ୍ୟ ଦୀର୍ଘ ଦିନ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଥିଲା। ଦ୍ୱିତୀୟ ଦୟା ସେତୁ ଓ ରାସ୍ତା ନିର୍ମାଣ ପାଇଁ ଅନେକ ଥର ଦାବି ପରେ କେହି ଏକଥାକୁ କର୍ଣ୍ଣପାତ କରିନାହାଁନ୍ତି ମଧ୍ୟ । ନିର୍ବାଚନ ପରେ ନିର୍ବାଚନ ଯାଇଛି । ଭୋଟ ମାଗିବାକୁ ନେତା ପରେ ନେତା ଅଞ୍ଚଳକୁ ଆସିଛନ୍ତି ଆଉ ଯାଇଛନ୍ତି । ନିର୍ବାଚନ ଜିତିଲେ ପ୍ରତିଶ୍ରୁତି ପୁରା କରିବାକୁ କହି ଆଉ ଦେଖା ଦେଇ ନାହାଁନ୍ତି ନେତା ଓ ମନ୍ତ୍ରୀ । ଦୀର୍ଘ ଦିନର ଶାସନ ପରେ ବିଜେଡ଼ି ସରକାରଙ୍କର ନଜର ପଡିନଥିଲା ରାଜଧାନୀର ଦୟା ନଦୀ ବନ୍ଧ ରାସ୍ତା ଓ ଇଟିପୁର ନିକଟରେ ଦ୍ୱିତୀୟ ଦୟା ସେତୁ ଉପରେ । ହେଲେ ଏବେ ସମୟ ବଦଳିଛି। ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର କରିଛି। ଏକାମ୍ର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ଆଶ୍ରିବାଦ ରେ ଶ୍ରୀ ବାବୁ ସିଂ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ସକାଳୁ ବିଧାୟକ ବିଭାଗୀୟ ଅଧିକାରୀ ଙ୍କ ସହ ଦୟା ନଦୀ ବନ୍ଧ ରାସ୍ତାର ସ୍ଥିତି ସମୀକ୍ଷା କରିଥିଲେ। ଏହା ପରେ ସେ ଇଟିପୁର ପଞ୍ଚାୟତ ଠାରେ ଦୟା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ।ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ଯୁଦ୍ଧ କାଳୀନ ଭୀକ୍ତି ରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି ଯେ, ଏକାମ୍ର ର ଦାଣ୍ଡିମାଳ ଅଞ୍ଚଳ ସର୍ବଦା ଅବହେଳିତ ହୋଇ ରହି ଆସିଛି। ହେଲେ ଆଉ ନୁହେଁ ଏବେ ଡବଲ ଇଞ୍ଜିନ ସରକାର ହୋଇଛି । ଏକାମ୍ର ର ବିକାଶ ଦ୍ରୁତ ଗତିରେ ଚାଲିବ। ଆଜି ଦୟା ନଦୀ ବନ୍ଧ ରାସ୍ତା ଓ ଦ୍ୱିତୀୟ ସେତୁର ସ୍ଥିତି ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଲି ଓ ଏହାର କାର୍ଯ୍ୟ ଦ୍ରୁତ ଗତିରେ ସାରିବାକୁ ନିର୍ଦ୍ଦେଶ ଦେଲି।ଏହି ଅବସରରେ ସ୍ଥାନୀୟ ନେତୃତ୍ବ ସୂର୍ଯ୍ୟକାନ୍ତ ସାହୁ, ଅରୁଣ ପୁରୋହିତ, ଆଲୋକ ସାହୁ,କୃଷ୍ଣଚନ୍ଦ୍ର ନାୟକ, ବିଭୂତି ଭୂଷଣ ପ୍ରଧାନ, ଟିକିନା ମଲ୍ଲିକ, ବୃନ୍ଦାବନ ସ୍ବାଇଁ, ଚିରଞ୍ଜିବ ଗୋଚ୍ଛାୟତ, ପ୍ରକାଶ ସାହୁ, ଭଗବାନ ଦାସ , ଅଜୟ ସାମନ୍ତରାୟ, ମାନସ ପଣ୍ଡା, ଅଜୟ ସ୍ବାଇଁ, ସନ୍ତୋଷ ସ୍ବାଇଁ, ପ୍ରଦୀମ୍ନ ଦାସ, ପଞ୍ଚାନନ ସ୍ବାଇଁ, ସୂର୍ଯ୍ୟକାନ୍ତ ସାହୁ, ରାଜେନ୍ଦ୍ର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026