Home ଓଡ଼ିଶା ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ପାଲା ପରିବେଷଣ : ଭକ୍ତ ଅଭିଭୂତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସର୍ବ ବୃହତ ଜଗନ୍ନାଥ ମନ୍ଦିରଠାରେ ଗତ ୭ତାରିଖ ରଥଯାତ୍ରା ଠାରୁ ଆରମ୍ଭ କରି ଆଗାମୀ ୧୭ତାରିଖର ସୁନା ବେଶ ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହେଉଥିବା ଜଣାଯାଇଛି। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ଆନୁକୂଲ୍ୟରେ ଆୟୋଜନ କରାଯାଉଥିବା ଏହି ଭବ୍ୟ କାର୍ଯ୍ୟକ୍ରମ ଅଧିନରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଓଡ଼ିଶା ଓ ଭାରତବର୍ଷର ବହୁ ଖ୍ୟାତାନାମା କଳାକାର ସେମାନଙ୍କର ଅନନ୍ୟ ଓ ଅନୁପମ କଳା ଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ବିମୋହିତ କରୁଥିବା ଲକ୍ଷ୍ୟ କରାଯାଉଛି। ମନ୍ଦିରର ବେସମେଣ୍ଟସ୍ଥିତ ଆଡପ ମଣ୍ଡପରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ପରିବେଷିତ ହେଉଥିବା ଏହି ଦିବ୍ୟ ଓ ଭବ୍ୟ ପ୍ରସ୍ତୁତି ଗୁଡ଼ିକୁ ଦେଖିବା ପାଇଁ ଏଠାରେ ପ୍ରତ୍ୟହ ସହସ୍ରାଧିକ ଶ୍ରଦ୍ଧାଳୁ ମାନଙ୍କର ସମାଗମ ହେଉଥିବା ଦେଖାଯାଉଛି। ସାଂସ୍କୃତିକ ସମାରୋହର ବିଶେଷ ଆକର୍ଷଣ ପ୍ରସିଦ୍ଧ ପାଲା ଗାୟିକା ସ୍ବର୍ଣ୍ଣପ୍ରଭା ଲେଙ୍କାଙ୍କର ଅଭିନବ ଧରଣର ପାଲା ପରିବେଷଣ ଥିଲା। “ସତୀ ତୁଳସୀ” ଶୀର୍ଷକ ପାଲା ଉପସ୍ଥାପନ କରୁଥିବା ସମୟରେ ସୁଶ୍ରୀ ଲେଙ୍କାଙ୍କର ବୈଦ୍ୟୁତିକ ଢଙ୍ଗରେ ପଦ ଚାଳନା, ହୃଦୟସ୍ପର୍ଶୀ ଅଙ୍ଗଭଙ୍ଗୀ, ଉଚ୍ଚକୋଟିର ଉଚ୍ଚରାଣ ଶୈଳୀ ତଥା ସର୍ବୋପରି ସୁନ୍ଦର, ସୁମଧୁର ଓ ସୁଲଳିତ ଗାୟନକ୍ରମ ଦର୍ଶକମାନଙ୍କୁ ଅଭିଭୂତ କରିଦେଇଥିଲା। ସ୍ବର୍ଣ୍ଣପ୍ରଭାଙ୍କର ପ୍ରାଞ୍ଜଳ ଏବଂ ଜୀବନ୍ତ ଢଙ୍ଗରେ ପଦ୍ମ ପୁରାଣରେ ମା’ ବୃନ୍ଦାବତୀଙ୍କର ବୈଶିଷ୍ଟ୍ୟ ବର୍ଣ୍ଣନା, ଭକ୍ତମାନଙ୍କୁ ଭଗବତ ସତ୍ତାର ଅନୁଭୂତି ପ୍ରଦାନ କରିବାର ସୁଯୋଗ ସୃଷ୍ଟି କରିଥିଲା। ନାରାୟଣଙ୍କର ମସ୍ତକରେ ରହି ତୁଳସୀ ପୂଜା ପାଇବାର ଉପାଖ୍ୟାନ ଉପସ୍ଥିତ ଶ୍ରୋତା ମାନଙ୍କୁ ଭାବବିହ୍ଵଳିତ କରି ଐଶ୍ଵରିକ ଆନନ୍ଦ ପ୍ରଦାନ କରୁଥିବା ଅନୁଭବ କରାଯାଇଥିଲା । ଏହି ସାଂସ୍କୃତିକ ଆସର ଅବସରରେ ବରିଷ୍ଠ ସାମ୍ବାଦିକ ଓ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଅତିଥିଭାବେ ଯୋଗ ଦେଇଥିଲେ। ଶ୍ରୀ ଦ୍ବିବେଦୀ ପାଲା ଗାୟିକା ସ୍ବର୍ଣ୍ଣପ୍ରଭା ଲେଙ୍କା ଏବଂ ତାଙ୍କର ସାଥି କଳାକାର ବୃନ୍ଦ ଯଥା ତପନ କୁମାର ପାଲ, ରତ୍ନାକର ଜେନା, ବିପିନ ପାଲ, ସୁଶାନ୍ତ ପଢ଼ିଆରୀ ଓ ଅଭିମନ୍ୟୁ ଲେଙ୍କା ପ୍ରମୁଖଙ୍କୁ ମନ୍ଦିର ତରଫରୁ ଅଙ୍ଗବସ୍ତ୍ର ଓ ଫଳକ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ମନ୍ଦିର ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଦିଲ୍ଲୀପ ସ୍ୱାଇଁ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଅଭିରାମ ସୁତାର ସମ୍ବର୍ଦ୍ଧନା ପ୍ରକ୍ରିୟାରେ ସହଯୋଗ କରିଥିଲେ।ସୁଦକ୍ଷ ଉପସ୍ଥାପିକା ସ୍ବର୍ଣ୍ଣପ୍ରଭା ପତି ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ଚଳିତବର୍ଷର ସାଂସ୍କୃତିକ ସମାରୋହ ଅଭୂତପୂର୍ବ ସଫଳତା ହାସଲ କରିବା ପଛରେ ମୁଖ୍ୟ ସଂଗଠକ ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନଙ୍କର ଭୂମିକା ବେଶ ମହତ୍ୱପୂର୍ଣ୍ଣ ଥିଲା । Categories: ଓଡ଼ିଶା, ଦେଶ, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026