Home ଓଡ଼ିଶା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟ ପ୍ରଶାସକ ଭାବେ ଡଃ ଅରବିନ୍ଦ ପାଢ଼ୀ ଯୋଗଦେଇଛନ୍ତି |ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ମୁଖ୍ୟ ପ୍ରଶାସକ,| ଏହି ଅବସରରେ ସେ ନୀତି କାନ୍ତି ସୂଚାର ରୂପେ ସମ୍ପାଦନାକୁ ନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ । ରଥ ଉପରେ ଆବଶ୍ୟକ ସଂଖ୍ୟା ଠାରୁ ଅଧିକ ସେବାୟତ ଯେପରି ନ ରୁହନ୍ତି ସେଥିନେଇ ଧ୍ୟାନ ଦେବା ସହ, ରଥ ଉପରକୁ ମୋବାଇଲ ଫୋନ୍ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏଥିରେ ଖିଲାପ ହେଲେ ସଂମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଡଃ ପାଢୀ କହିଛନ୍ତି, ରଥ ଉପରେ ମୋବାଇଲ ଫୋନ ବ୍ୟବହାର ନେଇ ନିଷେଧାଦେଶ ରହିଛି । ରଥଯାତ୍ରା ବ୍ୟବସ୍ଥାବଳୀରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ହେଲେ ରଥ ଉପରକୁ ମୋବାଇଲ୍ ନିଆଯାଉଥିବା ପରିଲକ୍ଷିତ ହେଉଛି । ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ଯ ପ୍ରଶାସକ କହିଛନ୍ତି । ସେବା ସହ ଜଡ଼ିତ ନଥିଲେ ରଥ ଉପରକୁ କେହି ଯାଇ ପାରିବେନି। ଏଥିପାଇଁ ସେବାୟତମାନଙ୍କ ସହଯୋଗ କାମନା କରୁଛୁ। ଆମେ ଆଶା କରୁଛୁ ସେମାନେ ଆମକୁ ସହଯୋଗ କରିବେ। ଯାହାଦ୍ୱାରା ଆମ ସଂସ୍କୃତି ପ୍ରଚାର ପ୍ରସାର ପରିବର୍ତ୍ତେ ଯେପରି କୌଣସି ନିନ୍ଦା ଆସିବନି ବୋଲି ମୁଖ୍ଯ ପ୍ରଶାସକ ଅପିଲ କରିଛନ୍ତି । ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ।ଏଥିପାଇଁ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଆସିବା ଯାଏ ଆମେ ଅପେକ୍ଷା କରିବା । ଏହି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେବ । ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ଗୁଡ଼ିକ ସୁରୁଖୁରରେ ସମ୍ପାଦନ କରାଯିବ। ଶ୍ରୀଜିଉଙ୍କ ନୀତି କିପରି ଭାବ ଶୃଙ୍ଖଳିତ ଭାବେ ହେବା ତା’ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ । କିଭଳି ସମସ୍ତ ନିୟମ ଅନୁସାରେ ନୀତିକାନ୍ତି ହେବ ତାକୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ କହିଛନ୍ତି । Categories: ଓଡ଼ିଶା, ପୁରୀ, ମନୋରଞ୍ଜନ, ହୋମ୍ Related Content ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ ଫେରିଲା ବିଦ୍ୟାଳୟ by Proprietor Abhimanyu Maharana August 12, 2026 ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି by Proprietor Abhimanyu Maharana August 12, 2026 ପୋସ୍ ଅଧିନିୟମ” ସମ୍ପର୍କିତ କର୍ମଶାଳା by Proprietor Abhimanyu Maharana August 12, 2026 ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ by Proprietor Abhimanyu Maharana August 12, 2026 ନୟାଗଡ଼ରେ ଶ୍ରମିକ କୃଷକ ସଂଗଠନର ଜେଲଭରୋ ଆନ୍ଦୋଳନ by Proprietor Abhimanyu Maharana August 12, 2026 ରୋଟାରୀ କ୍ଲବ ନୟାଗଡ଼ରେ ତର୍କ ପ୍ରତିଯୋଗିତା by Proprietor Abhimanyu Maharana August 12, 2026