ଗୁପ୍ତ ପୁରୁଷୋତ୍ତମ କ୍ଷେତ୍ର ତଥା ଚକାଶିଳା କ୍ଷେତ୍ର ରଣପୁର : ହେରା ପଚଂମୀ ରେ ନନ୍ଦିଘୋଷ ରଥ କୁ ଭାଙ୍ଗିଲେ ମହାଲକ୍ଷ୍ମୀ

୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର  :-> ଓଡିଶା ର ଗୁପ୍ତ ପୁରୁଷୋତ୍ତମ କ୍ଷେତ୍ର ତଥା ଚକାଶିଳା କ୍ଷେତ୍ର ରଣପୁର ରେ ଗୁରୁବାର ବିଳମ୍ବିତ ରାତିରେ ରିତିନୀତି ଅନୁସାରେ ହେରାପଚଂମୀ ପର୍ବ ଅନୁଷ୍ଠିତ ହୋଇଯାଇଛି ା ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କୁ ସାଙ୍ଗରେ ଧରି ମାଉସୀମା ମନ୍ଦିର କୁ ଚାଲିଆସିଥିଲେ ମଧ୍ୟ ମହାଲକ୍ଷ୍ମୀ ଙ୍କୁ ସାଙ୍ଗରେ ଆଣିନଥିଲେ ।ଏ ନେଇ ମା’ ବିମଳାଦେବୀ ମହାଲକ୍ଷ୍ମୀ ଙ୍କୁ ଜଣାଇବାପରେ ୫ଦିନ ପରେ କ୍ରୋଧାନ୍ୱିତ ମହାଲକ୍ଷ୍ମୀ ରବିବାର ରାତିରେ ପଚୁଂ ମହାଦେବ ଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରର ରୁ ବାହାରିବା ସହ ବଡଦାଣ୍ଡ ପରିକ୍ରମା କରି ମାଉସୀମା ମନ୍ଦିର ରେ ପହଁଚିଥିଲେ ା ସେଠାରେ ମହାପ୍ରଭୁଙ୍କ ଭୋଗଲାଗି ସମୟରେ ମହାଲକ୍ଷ୍ମୀ ମନ୍ଦିରରେ ପହଁଚିଥିଲେ ।ଆନନ୍ଦ ଉଲ୍ଲାସ ମଧ୍ୟରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ଭୋଗ ଖାଉଥିଲେ ମଧ୍ୟ ମହାଲକ୍ଷ୍ମୀ ଙ୍କୁ ମନେ ପକାଉନଥିବାରୁ ମହାଲକ୍ଷ୍ମୀ ଇର୍ଷାନ୍ୱିତ ହୋଇଥିଲେ । ପରେ ଉଭୟ ଙ୍କ ଆଳତୀ ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିର ଅଭିମୁଖେ ପ୍ରସ୍ଥାନ କରିଥିଲେ । ତେବେ ଫେରିବା ବାଟରେ କ୍ରୋଧାନ୍ୱିତ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ କୁ ଭାଙ୍ଗି ଚାଲିଯାଇଥିଲେ । ଏହି ଦୃଶ୍ୟ ଦେଖିବା ପାଇଁ ବହୁସଂଖ୍ୟାରେ ଭକ୍ତଙ୍କର ସମାଗମ ହୋଇଥିଲା ।

Exit mobile version