ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ସଂଗଠନ ତରଫରୁ ମାଲକାନଗିରି ବିଧାୟକ : ସାଂସଦ ନବରଙ୍ଗପୁର ଓ ଶିକ୍ଷା ମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

୧୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ମାଲକାନଗିରି :-> ରାଜ୍ୟ ସ୍ତରୀୟ ଲୋକସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ, ଓଡ଼ିଶା, ଓ ଏହାର ଜିଲ୍ଲା ସ୍ତରୀୟ ସଦସ୍ୟ ସଂଗଠନ ଶ୍ରମଜୀବୀ ସଂଗଠନ ଓ ମହିଳା ଶ୍ରମଜୀବୀ ସଂଗଠନ, ମାଲକାନଗିରି ତରଫରୁ ମାଲକାନଗିରି ସ୍ଥିତ ସଂସ୍କୃତି ଭବନ ଠାରେ ସଂଗଠନ ର ୭ ଗୋଟି ବ୍ଲକର ଏକ ୧୫ ଜଣିଆ ଦଳ ମାଲକାନଗିରି ର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡକାମୀ,

ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଓ ଓଡିଶା ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ଏକ ଜନ ଇସ୍ତାହାର ପ୍ରଦାନ କରି ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥଲେ ଏବଂ ସେସବୁ ସମସ୍ୟା ସମାଧାନ କରିବା ପାଇଁ ଶ୍ରୀଯୁକ୍ତ ବିଧାୟକ ସହ ସାଂସଦ ଓ ଶିକ୍ଷା ମନ୍ତ୍ରୀ ସମସ୍ତ ପ୍ରସଙ୍ଗଗୁଡ଼ିକୁ ବିଧାନସଭା ରେ ଉଠାଇ ତାହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ l

ଏହି ସମୟରେ ସ୍ଥାନୀୟ ଶତାଧିକ ଜନସାଧାରଣ ସହ ସଂଗଠନ ର ସଦସ୍ୟା ସଦସ୍ୟ ଶ୍ରୀଯୁକ୍ତ ଭାଗିରଥି ପାଟନିଆ, ଶ୍ରୀଯୁକ୍ତ ଦିଲୀପ ମାଛ , ରେଲି ଖିଲ, ରାଜୁ କବାସୀ, ମୁକୁନ୍ଦ ମାଡ଼କାମୀ, ମଦନ ହନ୍ତାଳ, ରାମ ବଡ଼ନାୟକ, ଗୋବର୍ଧନ ପାଙ୍ଗି, ତ୍ରିନାଥ ବଡ଼ନାୟକ, ସୀତାରାମ ଦୁରୁଆ, ଚିତ୍ତ ରଞ୍ଜନ ସାହୁ, ରାମପଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ l

Exit mobile version