ବିଧାୟକ ଙ୍କ ଦ୍ୱାରା କଲ୍ୟାଣ ମଣ୍ଡପ ଉଦଘାଟିତ

୧୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :->  ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ପଞ୍ଚାୟତ କଲ୍ୟାଣ ମଣ୍ଡପ କୁ ଗୁରୁବାର ତିର୍ତୋଲ ବିଧାୟକ ଡ଼. ରମାକାନ୍ତ ଭୋଇ ଉଦ୍ଘାଟକ ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି l ଏହି ଉପଲକ୍ଷେ ଆୟୋଜିତ ସଭାରେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ୍ତ ଭୂୟାଁ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅଥିତି ଭାବେ ବ୍ଲକ ଅଧକ୍ଷା ମମତା ପାତ୍ର,

ବରେଣ୍ୟ ଅଥିତି ଭାବେ ଜିଲ୍ଲାପରିଷଦ ସଭ୍ୟା ଦିପ୍ତିମୟୀ ରାୟ, ସରପଞ୍ଚ ଆରତୀ ଭୂୟାଁ, ସତ୍ୟଭାମା ବେହେରା, ଲଷ୍ମୀପ୍ରିୟା ଜେନା, ଶାନ୍ତି ଲତା ସାହୁ, ତରୁଣ କୁମାର ଦାସ, ରମେଶ ଚନ୍ଦ୍ର ମହାନ୍ତି, ତପତି ତପସ୍ୱିନୀ ଭୂୟାଁ, ସମିତି ସଭ୍ୟ ସନ୍ତୋଷ କୁମାର ନାୟକ, ରାଜେଶ କୁମାର ଭୋଇ, ଜିଲ୍ଲା ବିଜେଡି ସଂଖ୍ୟା ଲଘୁ ସେଲ ର ସଭାପତି ମିର ଆଜମୀର ଅଲ୍ଲୀ ପ୍ରମୁଖ ଯୋଗଦେଇଥିଲେ l

ସାମାଜିକ କର୍ମୀ ଅକ୍ଷୟ କୁମାର ଭୂୟାଁ ଯୋଗଦେଇ ଵିଧlୟକ ଶ୍ରୀ ଭୋଇ, ଅଧ୍ୟକ୍ଷl ଶ୍ରୀମତୀ ପାତ୍ର, ଓ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରାୟ ଙ୍କ ହାଜିପୁର ପଞ୍ଚାୟତ ର ନାନା ବିଧ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ l ତେବେ ବିଧାୟକ ଶ୍ରୀ ଭୋଇ ପର୍ଯ୍ୟାୟ କ୍ରମେ ଜନସାଧାରଣ ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ଗୁରୁତ୍ୱ ଦିଆ ଯିବ ବୋଲି ପ୍ରତିଶୃତି ଦେଇଥିଲେ l ହାଜିପୁର ପଞ୍ଚାୟତ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦିଆ ଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ମୀର ଆଜମୀର ଅଲ୍ଲୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Exit mobile version