Home ଓଡ଼ିଶା ପରିବେଶ ସଚେତନତା ଅଭିଯାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଛତିଆ :-> ଛତିଆ ନିକଟସ୍ଥ ସମସରପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଉଦୀୟମାନ ସବୁଜ ବାହିନୀ ପରିବେଶ ପରିକ୍ରମା ପକ୍ଷରୁ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଛତିଆ ଗାନ୍ଧୀ ଆଶ୍ରମ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ବର୍ତ୍ତମାନ ସମୟରେ ବିଶ୍ବ ତାପାୟନର ଅନୀୟମିତତା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଏହାର ନିୟନ୍ତ୍ରଣ ଲାଗି ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟ ଛଳରେ କହିଥିଲେ । ମୁଖ୍ୟ ଅତିଥି ମନୋଜ କୁମାର ସାମଲ କହିଲେ କି ଉଦୀୟମାନର ଏହି ମହତ ଜନହିତକର କାର୍ଯ୍ୟକୁ ଯେତେବି ପ୍ରସଂଶା କଲେ କମ ହେବ । ମୁଖ୍ୟ ବକ୍ତା ଡା କୈବଲ୍ୟ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବନ୍ଧନ କରି କହିଲେ ଛାତ୍ରଛାତ୍ରୀ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ । ଏମାନଙ୍କ ମଧ୍ୟରେ ଏ ସଚେତନତା ସୃଷ୍ଟି କରାଇ ପାରିଲେ ଆଗାମୀ ପିଢ଼ି ର ଭବିଷ୍ୟତଙ୍କ ଜୀବନ ଉଜ୍ଜ୍ୱଳମୟ ହେବ ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି କୈଳାସ ଚନ୍ଦ୍ର ସାମଲ କହିଲେ ବୃକ୍ଷ ବିନା ଏ ଜୀବ ଜଗତ ଅସମ୍ଭବ ତେଣୁ ବୃକ୍ଷ ରୋପଣର ନିହାତି କ୍ରମେ ଆବଶ୍ୟକତା ରହିଛି । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅଭିରାମ ସ୍ବାଇଁ , ସ୍ବେଚ୍ଛାସେବୀ ମାନସୀ ଦାଶ ପ୍ରମୁଖ ଆଲୋଚନାରେ ଭାଗନେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇ ଥିଲେ । ଏହି ସଚେତନତା ସଭାକୁ ଶାଖା ସଂପାଦିକା ସସ୍ମିତା ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ପରିଚାଳିକା ବବିତା ସାମଲ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଉଷା କାନ୍ତ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ ପରେ ପରେ ଅତିଥି ମାନଙ୍କ ସମେତ ସାମାଜିକ କର୍ମୀ ଜନ୍ମେଜୟ ସାମଲ , କିରଣ ବାଳା ସାମଲ , କନକଲତା ଶତପଥୀ , ନିର୍ଝରିଣୀ ପଣ୍ଡା , ଜୋସ୍ନା ରାଣୀ ରାଉଳ ,ନିର୍ମଳା ବିଶ୍ବାଳ ,ଅର୍ଣ୍ଣପୂର୍ଣ୍ଣା ରାଉଳ ପ୍ରମୁଖ ବିଦ୍ୟାଳୟ ପରିଶରରେ ବିଭିନ୍ନ ଫଳ ଫୁଲ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana June 21, 2026 ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ by Proprietor Abhimanyu Maharana June 21, 2026 ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ by Proprietor Abhimanyu Maharana June 21, 2026 ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ by Proprietor Abhimanyu Maharana June 21, 2026 ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟଙ୍କା ରାୟ ଙ୍କ ସହ ବ୍ଲକର କର୍ମଚାରୀ ମାନେ ଯୋଗଦେଇ - ଯୋଗ ଅଭ୍ୟାସ by Proprietor Abhimanyu Maharana June 21, 2026 ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026