କୃଷକ ମାନଙ୍କ ପେଟରେ ଲାତ ମାରି ଅର୍ଥ ଏକତ୍ରିତ କରୁଛନ୍ତି : କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ
୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ସଂଗ୍ରାମ କୁମାର ସେନାପତି ଦୀର୍ଘ ୬ ବର୍ଷ ଧରି କୋଳି ଖାଇ ମଞ୍ଜି ପୋତିଲା ଭଳି ସରକାରୀ ପଦପଦବୀକୁ ଜବରଦଖଲ କରିଥିବା ଅଭିଯୋଗ ହେଉଥିବା ଶୁଣାଯାଉଛି । ତେବେ ରଣପୁରର କୃଷି ବିଭାଗ ଅଧିକାରୀ ଙ୍କ ଜବରଦଖଲ କୁ ନେଇ କୃଷକ ଓ ଜନସାଧରଣ ଚିନ୍ତାରେ । ଗତ କିଛି ମାସ ତଳେ ଜୁନ୍ ୭ ତାରିଖ ଓ ଚିଠି ସଂଖ୍ୟା ୧୧୮୦୫ ଅନୁସାରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁ ବଦଳି ହୋଇଯାଇଥିଲେ ହେଁ ଆଜି ସୁଦ୍ଧା ରଣପୁର ରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଜଣା ପଡ଼ିଛି ।
ସୂଚନାନୁସାରେ ଉକ୍ତ ଅଧିକାରୀ ଙ୍କ ଘର ଖୋଦ୍ ରଣପୁର ବ୍ଲକ୍ ହୋଇଥିବା କାରଣ ଓ କିଛି କୁଜି ନେତାମାନଙ୍କ ବଳରେ ନିଜକୁ ଜଣେ ସୁଶକ୍ତ ଅଧିକାରୀ ବୋଲି ପ୍ରତିକ୍ରିୟା ମଧ୍ୟ ଦେଉଥିବା ଅଭିଯୋଗ ହେଉଛି । ଅଭିଯୋଗଅନୁସାରେ ରାଜ୍ୟ ସରକାର ଅବା କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ଛୋଟ ବଡ ଯୋଜନା ଗୁଡିକ କୃଷକଙ୍କ ହସ୍ତକ୍ଷେପ ହେଉନଥିବା ବେଳେ କୃଷି ଉପଯୋଗୀ ସାମଗ୍ରୀ କୁ ବେଆଇନ ଭାବେ ବେପାର ରେ ଲଗାଇ ଆୟ ବର୍ହିଭୁତ ଅର୍ଥ ଜମା କରିବାରେ ଲାଗିଛନ୍ତି । କୃଷି ଉପଯୁକ୍ତ ଯୋଜନା ଅବା ଅର୍ଥ ହିତାଧିକାରୀ ଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରୁନଥିବା ବେଳେ କୃଷକ ମାନଙ୍କୁ ବହୁଳ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
