ଭାରତ ବିକାଶ ପରିଷଦ ତରଫରୁ ତାଳଗଛ ରୋପଣ – ନୟାଗଡ଼

ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ନୟାଗଡ଼ :- ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ତରଫରୁ ଦ୍ବିତୀୟ ପର୍ଯ୍ଯାୟରେ ନୟାଗଡ଼ ରେଳ ଷ୍ଟେସନ ନିକଟରେ ରେଳ ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ୩୬୦ ଟି ତାଳ ଖୁରୁଡି ପୋତା ଯାଇଛି । ଗତ ଗମ୍ଭା ପୂର୍ଣ୍ଣିମା ଦିନ ୪୦ଟି ତାଳଖୁରୁଡି ପୋତା ଯାଇଥିଲା ।

ସୂଚନାଥାଉକି ଚଳିତ ବର୍ଷ ୧ ହଜାର ତାଳ ଖୁରୁଡି ପୋତା ଯିବା ପାଇଁ ଲକ୍ଷ୍ଯ ରଖାଯାଇଥିବା ବେଳେ ଆଜି ସୁଦ୍ଧା ମୋଟ ୪୦୦ଟି ତାଳଖୁରୁଡି ପୋତା ଯାଇଛି । ବଜ୍ରପାତରୁ ରକ୍ଷା ପାଇବା ପାଇଁ ତାଳ ଗଛ ରୋପଣର ନିହାତି ଆବଶ୍ଯକତା ଥିବାବେଳେ ବାଇଚଢେଇ ନିଜ ବସା ତିଆରି କରିବା ପାଇଁ ଏହି ଗଛକୁ ପସନ୍ଦ କରିଥାଏ ।

ବାସସ୍ଥାନ ଅଭାବରୁ ବାଇ ଚଢେଇମାନେ ଲୋପ ପାଇଯିବାକୁ ବସିଥିବାରୁ ସେମାନଙ୍କ ସଂଖ୍ଯା ବଢାଇବା ପାଇଁ ଶାଖା ତରଫରୁ ଏହି ପଦକ୍ଷେପ ନିଆଯାଇଛି । ଶାଖାସଚିବ ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ ଭାରତ ବିକାଶ ପରିଷଦ ପୂର୍ବକ୍ଷେତ୍ରର କ୍ଷେତ୍ରୀୟ ସଂପାଦକ ଶ୍ରୀଧର ସାହୁ ,ଶାଖାର ବରିଷ୍ଠ ସଦସ୍ଯ ଅନାଦି ଚରଣ ମହାନ୍ତି,ଦୁର୍ଯ୍ଯୋଧନ ସାହୁ, ପ୍ରଫୁଲ୍ଲ କୁମାର ନାୟକ, ଚନ୍ଦ୍ରଭାନୁ ବରାଡ,

ଦାମୋଦର ସାହୁ, ସନ୍ତୋଷ କୁମାର ନାୟକ,କାମାକ୍ଷା ପ୍ରସାଦ ଦାଶ, ବିନାୟକ ମହାନ୍ତି,ଶରତ ମାହାପାତ୍ର,ରାଜକିଶୋର ଦଳେଇ,ଚରଣ ଗୁରୁ ଆଦି ସଭ୍ଯମାନେ କଠିନ ପରିଶ୍ରମ କରି ଏହି ବୃକ୍ଷ ରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ । (ନୟାଗଡ ରିପୋର୍ଟ /ରାମକୃଷ୍ଣ ରଥ)

Exit mobile version