Home ଓଡ଼ିଶା ଗଜପତିରୁ ମଦୁରାଇ ଗଞ୍ଜେଇ ଚାଲାଣ ବେଳେ ୪ କୁଇଣ୍ଟlଲ ଊର୍ଦ୍ଧ୍ବ ଗଞ୍ଜେଇ ଜବତ – ୪ ଜଣ ଆନ୍ତଃରାଜ୍ୟ ମାଫିଆ ଗିରଫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାରୁ ସୁଦୂର ତାମିଲନାଡୁର ମଦୁରାଇକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଅବକାରୀ ଗୁଇନ୍ଦା ବିଭାଗ ଦ୍ୱାରା ଧରା ପଡ଼ିଥିବା ସୂଚନା ମିଳିଛି. ଏହି ଘଟଣାରେ ୪ ଜଣ ଅନ୍ତରାଜ୍ୟ ମାଫିଆ ଗିରଫ ହୋଇଥିବା ବେଳେ ୪ କ୍ଵିଣ୍ଟାଲରୁ ଉର୍ଦ୍ଧ ଚୋରା ଗଞ୍ଜେଇ ଜବତ କରାଯାଇଥିବା ଖବର ମିଳିଛି. ଦକ୍ଷିଣାଞ୍ଚଳ ଅବକାରା ଗୁଇନ୍ଦା ବିଭାଗ ପକ୍ଷରୁ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାର ପୋଡ଼ାମାରୀ ଛକରୁ ଏକ କଣ୍ଟେନର ଟ୍ରକ ଓ କାରରୁ ମୋଟ ୪୧୬ କିଲୋ ଓଜନର ଗଞ୍ଜେଇ ଜବତ କରାଯାଇଛି । କଣ୍ଟେନରରୁ ୩୨୦କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ କାର ଭିତରୁ ୯୬କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଛି | ଚୋରାଗଞ୍ଜେଇ ଚାଲାଣ କାରବାରରେ ସମ୍ପୃକ୍ତ ମୋଟ ୪ଜଣଙ୍କୁ ଗିରଫ କରାଯାଇଛି I ଗିରଫ ୪ଜଣ ହେଲେ ତାମିଲନାଡୁ ମଦୁରାଇ ନିକଟ ଏନ ଆୟାମପଟିର ରେଲାପାଣ୍ଡି ଏମ(୪୪), ଗଜପତି ଜିଲ୍ଲା ଅଡବା ନିକଟ ଗେରେଙ୍ଗାର ସୁନାଲ ମାଝି (୨୪), ରାୟଗଡ଼ା ଜିଲ୍ଲା ଏସ.ରେଲା ଗ୍ରାମର ନବାନଚନ୍ଦ୍ର ପାଟିକ(୩୦) ଓ ଗଜପତି ଜିଲ୍ଲା ଆର ଉଦୟଗିରି ନିକଟ ଡୁଲିପଙ୍କାଳ ଗ୍ରାମର ବୁଲ୍ଲ ମଲ୍ଲିକ(୪୮) ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୫୭ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ନେହଲତା ନାୟକ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲାରୁ ଏକ ବଡ କଣ୍ଟେନରରେ ବିପୁଳ ପରିମାଣର ଗଞ୍ଜେଇ ବ୍ରହ୍ମପୁରକୁ ଚାଲାଣ ହେଉଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା I ସେହିକ୍ରମରେ ଅବକାରୀ କମିଶନର ନରସିଂହ ଭୋଳ ଏବଂ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଡମ୍ବୁରୁଧର ଖଣ୍ଡାଙ୍କ ନେର୍ଦେଶରେ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ନେହଲତା ନାୟକଙ୍କ ନେତୃତ୍ବରେ ଏକ ଟିମ ଦିଗପହଣ୍ଡି ରାସ୍ତାର ପୋଡ଼ାମାରୀ ଛକ ଠାରେ ଯାଞ୍ଚ ଆରମ୍ଭ କରିଥିଲେ | ଯାଞ୍ଚବେଳେ ଦିଗପହଣ୍ଡି ପଟୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଇଣ୍ଡିଗୋ କାରକୁ ସନ୍ଦେହରେ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚବେଳେ ସେଥୁରୁ ୩ଟି ବସ୍ତାରେ ଭର୍ତ୍ତି ହୋଇଥିବା ମୋଟ ୯ ୬କେଜିଗଞ୍ଜେଇ ମିଳିଥିଲା I କାର ଚାଳକ ନବୀନଚନ୍ଦ୍ର ଓ ବୁଲୁଙ୍କୁ ପଚରାଉଚରା ବେଳେ ପଛରେ ଏକ ବଡ କଣ୍ଟେନରରେ ବିପୁଳ ପରିମାଣର ଗଞ୍ଜେଇ ଥିବା ବିଭାଗୀୟ ଅଧିକାରୀଙ୍କୁ ସୂଚନା ମିଳିଥିଲା । ସେହିକ୍ରମରେ କିଛିସମୟ ପରେ ବିଭାଗୀୟ ଅଧିକାରୀମାନେ ସେହି କଣ୍ଟେନରକୁ କାବୁ କରି ଯାଞ୍ଚ କରିଥିଲେ I ଯାଞ୍ଚବେଳେ ସେଥିରେ ଥିବା ଏକ ଗୁପ୍ତ ଚ୍ୟାମ୍ବରରେ ୧୦ବସ୍ତା ଗଞ୍ଜେଇ ଥିବା ଜଣାପଡ଼ିଥିଲା | ପ୍ରତ୍ୟେକ ବସ୍ତାରେ ୩୫କେଜି ଲେଖାଏଁ ଗଞ୍ଜେଇ ରହିଥିଲା । କଣ୍ଟେନରରୁ ମୋଟ ଟ୍ରକରୁ ୩୨୦କେଜି ଗଞ୍ଜେଇ ଜବତ ହୋଇଥିଲା । ଅବକାରୀ ଅଧିକାରୀମାନେ ସେହି କଣ୍ଟେନର ଓ କାରକୁ ଜବତ କରିବା ସହ ସେଥୁରୁ ଉଦ୍ଧାର ହୋଇଥିବା ମୋଟ ୪୧୬ କେଜି ଗଞ୍ଜେଇକୁ ଜବତ କରିଥିଲେ । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋୖର୍ଟଚାଲାଣ କରାଯାଇଛି. Categories: ଓଡ଼ିଶା, ଗଜପତି, ହୋମ୍ Related Content ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଉଦଘାଟନ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକମାନଙ୍କ ଦ୍ବାରା ବୃକ୍ଷ ରୋପଣ by Proprietor Abhimanyu Maharana October 4, 2026 ସିନ୍ଦ୍ରିମାଳା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026