Home ଓଡ଼ିଶା ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ସଙ୍ଗଠନ ତରଫରୁ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥଲା। ଏହି କାର୍ଯ୍ୟକ୍ରମ ରେ ଗ୍ରାମ ର ପ୍ରତ୍ୟେକ ମହିଳା ଙ୍କୁ ସଚେତନ କରିବା ପାଇଁ ସଭା ଓ ରାଲିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ମାଆ ପାଇଁ ଗଛଟିଏ। ସରକାର ଙ୍କ ର ଏହି ସ୍ବାଗତ ଯୋଗ୍ୟ ପଦକ୍ଷେପ କୁ ସ୍ଵାଗତ ଜଣାଇ ସମସ୍ତ ଙ୍କୁ ଗୋଟିଏ ଗୋଟିଏ ଉପହାର ସ୍ୱରୂପ ଗଛ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ବୃନ୍ଦ ସପଥ ନେଇଥିଲେ ଯେ ନେଇଥିବା ଗଛଟିକୁ ଯତ୍ନ ର ସହିତ ବଢ଼ାଇ ବେ ଓ ତାହାର ସୁରକ୍ଷା କରିବେ। ଏହି କାର୍ଯ୍ୟକ୍ରମ ରେ ଗଛ ଗୁଡ଼ିକ ସଠିକ୍ ଭାବରେ ବଢ଼ିଛି କି ନାହଁ ତାହାର ତଦାରଖ କରିବାପାଇଁ ଗ୍ରାମର କେତେ ଜଣ ମୁଖିଆ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ମହିଳା ସଙ୍ଗଠନ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସେମାନଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହି ଗ୍ରାମରେ ଥିବା ପଡିଆ ସ୍ଥାନରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟ କାରି ହୋଇଥିଲା । ସଙ୍ଗଠନ ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ, ଶ୍ରୀମତୀ ଭାଗ୍ୟ ଲକ୍ଷ୍ମୀ ନାୟକ, ଶ୍ରୀମତୀ ଅନୀତା ମିଶ୍ର, ସଭ୍ୟା ସ୍ଵାଗତୀକା ଦାସ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଉଦଘାଟନ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକମାନଙ୍କ ଦ୍ବାରା ବୃକ୍ଷ ରୋପଣ by Proprietor Abhimanyu Maharana October 4, 2026 ସିନ୍ଦ୍ରିମାଳା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026