ହଟକେଶ୍ୱରଙ୍କ ମହାକାଳ ବେଶ ଦର୍ଶନ କଲେ ଜଗଦଗୁରୁ ଶ୍ରୀରାମ ଭଦ୍ରାଚାର୍ଯ୍ୟ

୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )   ବେଗୁନିଆ  :->  ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ପଂଚାୟତ ଅନ୍ତର୍ଗତ ଅଟ୍ରି ସ୍ଥିତ ଏକାଦଶ ରୁଦ୍ର ତଥା ବାବା ହଟ୍ଟକେଶ୍ୱରଙ୍କ ମହାକାଳ ବେଶ ଦର୍ଶନ କରିବା ପାଇଁ ଚିତ୍ରକୁଟ ଆଶ୍ରମର ଜଗଦଗୁରୁ ଶ୍ରୀରାମଚନ୍ଦ୍ର ଭଦ୍ରାଚାର୍ଯ୍ୟ ପହଂଚି ଦର୍ଶନ କରି ଫେରି ଯାଇଛନ୍ତି ।

ଏଥିରେ ବାଘମାରି ଥାନା ଅଧିକାରୀ ଶମ୍ଭୁନାଥ ନାୟକଙ୍କ ନେତୃତ୍ବରେ ଉପନିରୀକ୍ଷକ ଚନ୍ଦନ ଦାସଙ୍କ ସମେତ ପୁଲିସ କର୍ମଚାରୀ ବାଘମାରି ବଜାରରୁ ସୁରକ୍ଷା ବଳୟ ଭିତରେ ହଟ୍ଟକେଶ୍ୱର ମନ୍ଦିର ପରିସରକୁ ନେଇ ଯାଇଥିଲେ । ଏହି ସମୟରେ ମନ୍ଦିର ପରିଚାଳନା କମିଟି ସଭ୍ୟ ଓ ସେବାୟତ ମାନେ ଉପସ୍ଥିତ ରହିଥିଲେ।ପରେ ନୟାଗଡ ଶ୍ରୀ ରଘୁନାଥ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଯାଇଥିଲେ ।

Exit mobile version