ମାଲକାନଗିରି ସଂସ୍କୃତି ଭବନ ଠାରେ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ 

୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :->  ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ଠାରେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ସଂସ୍କୃତି ଭବନ ଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନ ସାଧାରଣ ଙ୍କ ବିଭିନ୍ନ ପ୍ରକାରର ଅଭିଯୋଗ ଶୁଣିବା ପରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଏହାର କିପରି ସମାଧାନ ହୋଇପାରିବ ସେ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ଜିଳ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମନ୍ତ୍ରୀଙ୍କ ମାଲକାନଗିରି ଗ୍ରସ୍ତରେ ବିଭିନ୍ନ ସରକାରୀ କର୍ମଚାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଫୁଲତୋଡା ଦେଇ ସ୍ୱାଗତ କରି ସାକ୍ଷାତ କରୁଥିବା ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କ ଏହି ଦୁଇଦିନିଆ ଜିଲ୍ଲା ଗସ୍ତରେ ଗତକାଲି ସଂଧ୍ୟାରେ ପଡ଼ିଆ ବ୍ଲକ ସ୍ଥିତ ରୋଢ଼ନପାଲ୍ଲୀ ଜାଇ ମାଲକାନାଗିରି ର ପୂର୍ବତନ ବିଧାୟକ ସ୍ବର୍ଗତ ଆଦିତ୍ୟ ମାଢ଼ିଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ତାଙ୍କ ପରିବାର ବର୍ଗଙ୍କୁ ସମ ବେଦନା ଜଣାଇ ଥିଲେ । ମନ୍ତ୍ରୀଙ୍କ ସହ ବିଧାୟକ ନରସିଂହ ମାଡକାମି, ଜିଲ୍ଲା ବିଜେପି ସଭାପତ ନିମାଇଁ ଚନ୍ଦ୍ର ପାଲ , ଗୁରୁ ଚରଣ ମହାନ୍ତି , ଆଶୋକ ପରିଡ଼ା, ନବଘନ ଲୋକେଇ , ମାଣିକ ଚକ୍ରବର୍ତ୍ତୀ, ସଞ୍ଜୟ ସରକାର ପ୍ରମୁଖଙ୍କ ସମେତ ବହୁ ଜିଲ୍ଲା ବିଜେପି ନେତା ଓ କର୍ମୀ ଉପସ୍ଥିତ ରହି ସ୍ବର୍ଗତ ମାଢ଼ି ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲେ ।

Exit mobile version