Home ଓଡ଼ିଶା ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଲା – ୩ ରଥ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରାରେ ଗତକାଲି ବଳଭଦ୍ର ଙ୍କ ତାଳଧ୍ୱଜ ଓ ସୁଭଦ୍ରା ଙ୍କ ଦେବଦୋଳନ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିବା ବେଳେ ଆଜି ଜଗନ୍ନାଥ ଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା । ଗତକାଲି ସୁଭଦ୍ରାଙ୍କ ରଥ ମହିଳା ମାନେ ଟାଣି ଗୁଣ୍ଡିଚା ମନ୍ଦିର ନିକଟରେ ପହଚାଂଇଥିଲେ । ଆଜି ଦିନ ୧୧.୩୦ ରେ ଜଗନ୍ନାଥ ଙ୍କ ରଥ ଟଣାଯାଇଥିଲା । କିନ୍ତୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ବହୁ ଧିର ମନ୍ତର ଗତିରେ ଚାଲିଥିଲା । ପ୍ରଥମେ ବଡଦାଣ୍ଡ ରେ ଏକ ବିଦ୍ୟୁତ ଖୁଟିଂରେ ଲାଗି ଯାଇଥିଲା । ପରେ ରଥ ଟଣା ଆରମ୍ଭ ହୋଇଥିଲା । କିଛି ବାଟ ଗଲା ପରେ ଜଗନ୍ନାଥ ଙ୍କ ନେତ ଖସିପଡିଥିଲା । ପରେ ସେଠାରେ ନିୟମ ଅନୁଯାଇ ହୋମ କରାଯାଇଥିଲା । ପରେ ନନ୍ଦିଘୋଷ କୁ ପୁଣି ଟଣାଯାଇଥିଲା । ଯାହାଫଳରେ ଦିନ ୧.୪୫ ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା । ୩ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂବା ପରେ ସନ୍ଧ୍ୟାରେ ତିନି ଠାକୁରଙ୍କୁ ଆଡପମଣ୍ଡପକୁ ବିଜେ କରାଯାଇଛି । ତିନି ଠାକୁର ଆଡପ ମଣ୍ଡପରେ ବିଜେ ହେବା ପରେ ନୀତି ଅନୁଯାଇ ମାଘସ୍ନାନ ଓ ଅନ୍ୟନ କାର୍ଯ୍ୟ କରାଯିବ । ବୁଧ ବାର ଠାରୁ ଭକ୍ତ ମାନେ ୩ ଠାକୁର ଙ୍କୁ ଆଡପ ମଣ୍ଡପରେ ଦର୍ଶନ କରି ପାରିବେ ବୋଲି ପ୍ରଶାସନ ଠାରୁ ଜଣାଯାଇଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026