Home ଓଡ଼ିଶା ଇଂଲଣ୍ଡର ମାଞ୍ଚେଷ୍ଟର ଠାରେ ମହାସମାରୋହରେ ରଥଯାତ୍ରା ଆୟୋଜନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଞ୍ଚେଷ୍ଟର :-> ଇଂଲଣ୍ଡର ତୃତୀୟ ବୃତତ୍ତମ ମହାନଗର ମାଞ୍ଚେଷ୍ଟରଠାରେ ଚତୁର୍ଥ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ସକାଳୁ ଚାରି ଦିଅଁ ବିରାଜମାନ କରୁଥିବା ଗୀତା ଭବନଠାରେ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ରୀତିନୀତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ରଥଯାତ୍ରା ଦୃଷ୍ଟିରୁ ଗୀତାଭବନକୁ ବେଶ ଚିତ୍ତାକର୍ଷକ ଢଙ୍ଗରେ ସଜ୍ଜା ଯାଇଥିବା ଦେଖାଯାଇଥିଲା । ନର୍ଥୱେଷ୍ଟ ଓଡ଼ିଶା ସୋସାଇଟି ଦ୍ୱାରା ଆୟୋଜିତ ଚଳିତବର୍ଷର ଘୋଷଯାତ୍ରାରେ ପ୍ରାୟ ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତଗଣଙ୍କର ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ରଥଟଣା ଓ ରଥ ଉପରେ କାଳିଆ ଠାକୁରଙ୍କର ଦର୍ଶନକୁ ନେଇ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା । ଦିନ ୧୨ଟା ୪୫ ମିନିଟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡି କରାଯାଇ ଗୀତା ଭବନ ସାମ୍ନାରେ ଦଣ୍ଡାୟମାନ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗ କପଡାରେ ସୁସଜ୍ଜିତ ୧୮ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନିଆଯାଇଥିଲା । ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନି ସହ ଭଜନ କୀର୍ତ୍ତନର ମୃଦୁମନ୍ଦ ନାଦରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ବିଶେଷକରି ଏଠାରେ ମହିଳାମାନେ ରୋଷଣୀକରି ମା ସୁଭଦ୍ରାଙ୍କର ପହଣ୍ଡି ବିଜେ କରାଉଥିବାର ଅନୁପମ ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା। ରଥ ଉପରେ ଶୋଭା ପାଉଥିବା ବିରାଟକାୟ ମନୋରମ ପଟ୍ଟଚିତ୍ରଟିକୁ ପ୍ରଖ୍ୟାତ କଳାକାର ବିବେକ ବାବୁ ଅଙ୍କନ କରିଥିବା ଜଣାଯାଇଛି। ଅପରାହ୍ନ ୧ଟା ୧୫ମିନିଟରେ ରଥଟଣା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ରାଜକୀୟ ଠାଣି ରେ ମାଞ୍ଚେଷ୍ଟରର ରାଜରାସ୍ତାରେ ଗଡି ଚାଲିଥିବା ଆକର୍ଷଣୀୟ ରଥଟିକୁ ୱିଲବ୍ରହମ୍ ରୋଡ, ସେଣ୍ଟ ୱେରବ୍ରୋ ରୋଡ , ବଣ୍ଟିଂଗହୋମ ରୋଡ ଓ ୱିଦିଂଟଙ୍ଗ ରୋଡ ଆଦି ବାଟ ଦେଇ ନଗର ପରିକ୍ରମା କରାଯାଇ ପୁଣି ଗୀତା ଭବନର ବେଢାକୁ ଫେରାଇ ଅଣାଯାଇଥିଲା । ଉପସ୍ଥିତ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ମାଞ୍ଚେଷ୍ଟର ଗୋର୍ଟନର ସାଂସଦ ଅଫଜଲ୍ ଖାଁ ଏବଂ ଭାରତରୁ ଆସିଥିବା ବିଖ୍ୟାତ ଆଧ୍ୟାତ୍ମିକ ପ୍ରବକ୍ତା ଦେବୀ ଚିତ୍ରଲେଖା ଜୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବିଶିଷ୍ଟ ସଙ୍ଗୀତଜ୍ଞ ରାକେଶ ଯୋଶୀ ଓ ଦୀନେଶ କୋଚରଙ୍କ ଦ୍ୱାରା ପରିବେଷିତ ସୁମଧୁର ଭଜନ ଏବଂ ସୁଶ୍ରୀ ତନିଶାଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଷଣ ଅନ୍ତର୍ଭୁକ୍ତ ଥିଲା । ସ୍ଥାନୀୟ ବରିଷ୍ଠ କଳାକାର ବୃନ୍ଦ ଯଥା ରେଶ୍ମା ମହାପାତ୍ର, ଡଃ ରାଜିନ୍ଦର ସିଂହ, କାନନବାଳା ମିଶ୍ର, ସୁଶ୍ରୀ ଅନନ୍ତିକା, ଶାନଭି ସାହୁ, ଦ୍ରିଷିକା ପାଣିଗ୍ରାହୀ ଏବଂ ରେଖା ସେନାପତିଙ୍କ ଦ୍ୱାରା ପ୍ରସ୍ତୁତ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ବହୁ ଉଚ୍ଚକୋଟିର ଓ ମନୋରଞ୍ଜକ ଥିଲା । ବାହୁଡା ଦିନ ପର୍ଯ୍ୟନ୍ତ ମାଉସୀ ମା’ ମନ୍ଦିରରେ ଦିଅଁ ମାନଙ୍କୁ ପ୍ରତ୍ୟହ ଅନ୍ନ ଭୋଗ ପରସା ଯିବ ବୋଲି ସଙ୍ଗଠକମାନଙ୍କ ସୂତ୍ରରୁ ପ୍ରକାଶ। ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନ କରିବାରେ ସଂଗଠନ କମିଟିର ସଦସ୍ୟ ଯଥା ଡଃ ଶିବ ସେନାପତି, ରେଖା ସେନାପତି, ଶିବରଞ୍ଜନ ବିଶ୍ୱାଳ, ବିଷ୍ଣୁ ଦାଶ, ବିବେକ ବାବୁ, ଜୀବନ ପାଣିଗ୍ରାହୀ, ସୁଧାକର ସାହୁ, ରେଶ୍ମା ମହାପାତ୍ର, ସୁରେନ୍ଦ୍ରନାଥ ଆଚାର୍ଯ୍ୟ ଏବଂ ପ୍ରଭାତ ସିଂହ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଏହି ଅବସରେ ରଥଯାତ୍ରା ମହୋତ୍ସବର ଅଭୂତପୂର୍ବ ସଫଳତା ପାଇଁ ଆୟୋଜକ ମାନଙ୍କ ତରଫରୁ ମାଞ୍ଚେଷ୍ଟର କାଉନସିଲ, ମାଞ୍ଚେଷ୍ଟର ପୁଲିସ ଏବଂ ରାଜମାର୍ଗ କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ଆକୁଣ୍ଠ ସାହାଯ୍ୟ ଓ ସହଯୋଗ ପାଇଁ କୃତଜ୍ଞତା ଅର୍ପଣ କରାଯାଇଥିଲା । Categories: ଓଡ଼ିଶା, ଦେଶ, ମନୋରଞ୍ଜନ, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026