ନୌସେନା ପ୍ରଶିକ୍ଷଣ କେନ୍ଦ୍ରରୁ ଗିନିଜ ରେକର୍ଡଧାରୀ ବେଦାଙ୍ଗୀ କୁଲକର୍ଣ୍ଣିଙ୍କ ବିଶ୍ୱପରିଭ୍ରମଣରେ ସାଇକେଲ ଯାତ୍ରାର ଶୁଭାରମ୍ଭ

୦୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ  :-> ହିମାଚଳ ପ୍ରଦେଶ ମନାଲିରୁ ଲଦାଖର ଲେହ ସହର ପର୍ଯ୍ୟନ୍ତ ସର୍ବ କନିଷ୍ଠା ଏବଂ ଦ୍ରୁତତମ ମହିଳା ସାଇକେଲ ଚାଳନାକାରୀ ଭାବେ ଗିନିଜ ୱାର୍ଲଡ ରେକର୍ଡ ସୃଷ୍ଟି କରିଥିବା ବେଦାଙ୍ଗୀ କୁଲକର୍ଣ୍ଣି ଭାରତୀୟ ନୌ ସେନା ପ୍ରଶିକ୍ଷଣ କେନ୍ଦ୍ର,ଚିଲିକା ପରିଦର୍ଶନ କରିବା ସହ ଏଠାରୁ ସାଇକେଲ ଯୋଗେ ସେ ବିଶ୍ୱ ପରିଭ୍ରମଣରେ ଯାତ୍ରା ଆରମ୍ଭ କରିଛନ୍ତି l

ପୁନେ ସହରରେ ଜନ୍ମ ଗ୍ରହଣ କରିଥିବା କୁଲକର୍ଣ୍ଣି ମାତ୍ର ୨୦ ବର୍ଷ ବୟସ ରେ ଏହା ପୂର୍ବରୁ ସର୍ବ କନିଷ୍ଠା ସାଇକେଲ ଚାଳନାକାରୀ ଭାବେ ୨୦୧୮ ମସିହାରେ ଅଷ୍ଟ୍ରେଲିଆର ପର୍ଥ ସହରରୁ ସାଇକେଲ ଚାଳନା କରି ୧୫୯ ଦିନରେ ୧୪ ଗୋଟି ଦେଶ ତଥା ୨୯ ହଜାର କି. ମି ଅତିକ୍ରମ କରି କଲିକତା ରେ ପହଞ୍ଚି ବିଶ୍ୱ ଇତିହାସ ରଚିଥିଲେ l

ସେ ଗତ ୭ ତାରିଖ ରବିବାର ଦିନ ନୌ ସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକା ପରିଦର୍ଶନ କରିବା ସହ ପ୍ରଶିକ୍ଷଣକାରୀ ଅଗ୍ନିବୀର ଙ୍କ ସହ କଥପୋକଥନ କରିଥିଲେ l ସେ ନିଜର ଦୁଃସାହାସିକତା, ଶୃଙ୍ଖଳାଜ୍ଞାନ ଓ ଅବିଶ୍ୱାସନୀୟ ଯାତ୍ରାର ଅଭିଜ୍ଞତା ଅଗ୍ନିବୀରଙ୍କ ସମ୍ମୁଖରେ ପରିପ୍ରକାଶ କରିଥିଲେ l ତାଙ୍କର ଏହି ସାହସ ଏବଂ ଦୃଢ଼ତାର କାହାଣୀ ଅଗ୍ନିବୀର ଙ୍କ ମନରେ ଉତ୍ସାହ ଭରିଦେଇଥିଲା l

ମଙ୍ଗଳବାର ପ୍ରଶିକ୍ଷଣ କେନ୍ଦ୍ର କମାଣ୍ଡିଙ୍ଗ ଅଫିସର କମୋଡର ଏନ. ପି ପ୍ରଦୀପ ପତାକା ଦେଖାଇ ବେଦାଙ୍ଗୀଙ୍କ ବିଶ୍ୱ ଭ୍ରମଣ ସାଇକେଲ ଯାତ୍ରାର ଶୁଭାରମ୍ଭ କରିଥିଲେ l ସେ ୧୯ ଗୋଟି ଦେଶ ସାଇକେଲ ରେ ପରିଭ୍ରମଣ କରି ଆସନ୍ତା ନଭେମ୍ବର ୨୪ ତାରିଖ ସୁଦ୍ଧା ଚିଲିକା ରେ ପହଞ୍ଚି କୀର୍ତ୍ତି ସମ୍ପର୍ଣ୍ଣ କରିବେ l

Exit mobile version