ଦିବଂଗତ ବିଧାୟକଙ୍କ ପରିବାର ଲୋକଙ୍କୁ ଭେଟି ଗଣଶିକ୍ଷା ମନ୍ତ୍ରୀଙ୍କ ଆଶ୍ୱାସନା

୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :->  ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଆଦିବାସୀ ବହୁଳ ମାଲାକନଗିରି ଜିଲ୍ଲାର ପଡିଆ ବ୍ଲକ ଗ୍ରସ୍ତ କରି ଦିବଂଗତ ବିଧାୟକଙ୍କ ପରିବାର ଲୋକଙ୍କୁ ଭେଟି ଥିଲେ। ମନ୍ତ୍ରୀ ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମକୁ ଗ୍ରସ୍ତ କରି ଗତ ସପ୍ତାହରେ ବିୟୋଗ ହୋଇଥିବା ମାଲାକନଗିରି ଜିଲ୍ଲାର ପୂର୍ବତନ ବିଜେପି ବିଧାୟକ ଆଦିତ୍ୟ ମାଡିଙ୍କ ପରିବାର ଭେଟି ପରିବାର ଲୋକଙ୍କୁ ଶୋକ ସନ୍ତପ୍ତ ଜଣାଇଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ସମୟରେ ସ୍ଥଳପଥରେ ଦୁର୍ଗମ ମେଟାଗୁଡା ଗ୍ରାମରେ ପହଁଞ୍ଚିବା ପରେ ପ୍ରଥମେ ଦିବଙ୍ଗତ ବିଧାୟକଙ୍କ ଫୋଟରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ ଓ ତାପରେ ବିଧାୟକଙ୍କ ପତ୍ନୀ, ଦୁଇ ଝିଅ, ଗୋଟିଏ ପୁଅ ଓ ଭାଇ ସହ ଭେଟି ସମବେଦନା ଜଣାଇଥିଲେ।

ଏହି ସମୟରେ ସାନ ପୁଅକୁ ହଷ୍ଟେଲର ରଖି ପାଠ ପଢାଇବା, ଦୁଇ ଝିଅଙ୍କ କଲେଜ ରେ ଆଡମିଶନ, ବିଧାୟକଙ୍କ ମୃତ୍ୟୁ ପ୍ରମାଣ ପତ୍ର, ପେନସନ ବ୍ୟବସ୍ଥା ସହ ପରିବାରକୁ ଥଇଥାନ ନେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଲୋଚନା କରିଥିଲେ। ଏହାପରେ ବିଧାୟକଙ୍କ ଘର ସମ୍ମୁଖରେ ଅନୁଷ୍ଠିତ ଶୋକଶୋଭାରେ ଯୋଗ ଦେଇ ନୀରବ ପ୍ରାର୍ଥନା ସହ ମନ୍ତ୍ରୀଙ୍କ ଦିବଂଗତ ବିଧାୟକ ଶ୍ରୀ ମାଡ଼ି ଙ୍କ ସହ ରହିଥିବା ବ୍ୟକ୍ତିଗତ ସମ୍ପର୍କ ବାବଦରେ ମତ ପ୍ରଦାନ କରିଥିଲେ। ପୂର୍ବତନ ବିଧାୟକ ଶ୍ରୀ ମାଡ଼ି ବିଧାନସଭା ବେଳେ ନିଜର ଜିଲ୍ଲାର ହକ୍ ପାଇଁ ସବୁବେଳେ ତତ୍ପରତା ଦେଖାଉଥିଲେ ଯାହା ସବୁବେଳେ ତାଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ।

ବିଧାୟକଙ୍କ ଏହି ଗ୍ରସ୍ତ ବେଳେ ତାଙ୍କ ସହ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଜିଲ୍ଲା ବିଜେପି ସଭାପତି ନିମାଇଁ ଚଂଦ୍ର ପାଲ, ଅଶୋକ ପରିଡା ରହିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ସତପଥି, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ପଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବାରୋଇ, ବ୍ଲକ ମଙ୍ଗଳ ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version