ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :->  ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଚିତ୍ରକୋଣ୍ଡା ବ୍ଲକ ସଂଘ ଭବନ ନିର୍ମାଣ ନିମନ୍ତେ ଆଜି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ମୁକୁନ୍ଦ ମେଲକା, ବନାଂଚଳ ଅଧିକାରୀ ବଳରାମ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ନାଗରିକ ତଥା ସମାଜସେବୀ ଦେବେନ୍ଦ୍ର ଦାସ, ସମିତିସଭ୍ୟ ରାଜକୁମାର ପୁରୋହିତ, ଓଡିଶା ସାମ୍ବାଦିକ ସଂଘ, ଚିତ୍ରକୋଣ୍ଡା ଶାଖା ସମ୍ପାଦକ ବଳରାମ ପଡିଆରି, ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ସମ୍ପାଦକ ସତ୍ୟନାରାୟଣ ଦାସ, କୋଷାଧ୍ୟକ୍ଷ ହୃସିକେଷ ସେଠୀ, ଉପଦେଷ୍ଟା ସିମାଂଚଳ ପାଣିଗ୍ରାହି, ନିରଞ୍ଜନ ମଲ୍ଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ସଭାପତି ଅଶୋକ ମିଶ୍ରଙ୍କ ଦ୍ୱାରା ଭୂୁମିପୂଜା ବିଧିବିଧାନ ଅନୁଯାୟୀ ହୋଇଥିଲା । ପରେ ପରେ ସମସ୍ତ ଅତିଥି ଏବଂ ଉପସ୍ଥିତ ସଂଘର କର୍ମକର୍ତା, ସଦସ୍ୟ, ବନ ବିଭାଗର କର୍ମଚାରୀଙ୍କ ମିଳଇତ ଭାବେ ୭୫ତମ ବନ ମହୋତ୍ସବ ଅବସରରେ ବେଲ, ଅଁଳା, ବଉଳ, ଶାଳ, କଦମ୍ବ, ଇତ୍ୟାଦି ବୃକ୍ଷ ସଂଘ ଭବନ ସ୍ଥଳ ପରିସରରେ ରୋପଣ କରାଯାଇଥିଲା । ପରେ ପରେ ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲ।। ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କସହ କାର୍ଯ୍ୟକାରୀ ସଭାପତି ଶ୍ରୀ ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀନିବାସ ପାତ୍ର, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଶିବଦତ ସାହୁଙ୍କ ସହ ଉତ୍କଳ ସାମ୍ବାଦିକ ସଂଘ ଓ ମାଲକାନଗିରି ସାମ୍ବାଦିକ ସଂଘର ୫୦ରୁ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

ବିଧାୟକ ଶ୍ରୀ ଖିଲ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିକାଶରେ ଗଣମାଧ୍ୟମର ଭୁମିକାକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଆଗାମୀ ଦିନରେ ସ୍ୱାଭିମାନ ଅଂଚଳର ବିକାଶ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ ଏହି ଭବନ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନ ଦେବେ ବୋଲି ଘୋଷଣା କରିଥିଲେ । ଅନ୍ୟ ଅତିଥି ମାନେ ସ୍ୱାଭିମାନ ଅଂଚଲର ସାମ୍ବାଦିକ ମାନେ ନିଜ ଜୀବନକୁ ବିପନ୍ନ କରି ମାଓ ଅଂଚଳର କିପରି ବିକାଶ ଘଟିବ ସେଥିପାଇଁ ସେମାନେ ପ୍ରଚେଷ୍ଟା କରି ଆସିଛନ୍ତି ତାହା ସରକାରଙ୍କ ଉପରେ ପ୍ରଭାବ ପଡିବା ସହ ସାମ୍ବାଦିକ ମାନଙ୍କ ଭୁମିକାକୁ ପ୍ରଶଂସା କରିଥିଲେ । ଥାନା ଭରପ୍ରାପ୍ତ ଅଧିକାରୀ ଶ୍ରୀ ମେଲକା ପ୍ରକାଶ କରିଥିଲେ ଯେ, ଆଜି ଯଦି ସାଧାରଣ ଜନତା , ସୁରକ୍ଷା କର୍ମୀ ନିର୍ଭୟରେ ସ୍ୱାଭିମାନ ଅଂଚଳରେ ଯାତାୟତ କରିପାରୁଛନ୍ତି ।

ସେଥିରେ ସାମ୍ବାଦିକ ମାନଙ୍କ ବୁମିକା ଗୁରୁତ୍ୱ ପୁର୍ଣ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଦସ୍ୟ ଭଗବାନ ସାହୁ, ପରିଚାଳନା କରିଥିଲା ବେଳେ ସଂଘର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଅଂଶଗ୍ରହଣ କରିଥିଲେ । ଚିତ୍ରକୋଣ୍ଡା ବ୍ଲକ ସଂଘର ଖିରୋଦ ବେହେରା, ବିଦେଶୀ ଗୌଡ, ସତ୍ୟବାଦି ବେହେରା, ବଳରାମ ଦାସ, ଶିବ ପ୍ରସାଦ ଖରା, ଅଜୟ ସିକଦାର, ସୁକୁମାର ସରକାର, ଚିତ୍ରସେନ ନାୟକ, ଅନ୍ତର୍ଜାମୀ ଡାକୁଆ, ପ୍ରକାଶ ସାହୁ ଓ ପ୍ରଶାନ୍ତ ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇଥିଲେ ।ପରେ ପରେ ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ ଆସନ୍ତା ୨୮ ତାରିଖ ଦିନ ଜୟପୁର ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜ୍ୟ କା ର୍ଯ୍ୟକାରିଣୀ ସମ୍ମିଳନୀ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀରେ ମାଲକାନଗିରି ର ସମସ୍ତ ସଦସ୍ୟ ଯୋଗ ଦେବାପାଇଁ ନିଷ୍ପତି ନିଆ ଯାଇଥିଲା । ଶେଷରେ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version