Home ଓଡ଼ିଶା ବୃତ୍ତଙ୍ଗ ପ୍ରକଳ୍ପ କୁ ମିଳିଲା ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ର ଅନୁମୋଦନ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ଜଣାଇଲେ ଜନ ସାଧାରଣ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ଦଶପଲ୍ଲା ର ବହୁ ପ୍ରତିକ୍ଷୀତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବା ପାଇଁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ର ଅନୁମୋଦନ ମିଳିଛି।ସୂଚନା ଅନୁଯାୟୀ ଦୀର୍ଘ ବର୍ଷ ଧରି ଦଶପଲ୍ଲା ରେ ପଡ଼ି ରହିଥିବା ବୃତଙ୍ଗ ଜଳ ସେଚନ ପ୍ରକଳ୍ପ ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଅକ୍ଲାନ୍ତ ପରିଶ୍ରମ ର ଫଳ ଆଜି ଦେଖିବାକୁ ମିଳିଛି । ବୃତ୍ତଙ୍ଗ ପ୍ରକଳ୍ପ କୁ ଅନୁମୋଦନ ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଉକ୍ତ ପ୍ରକଳ୍ପ ହେବା ଦ୍ଵାରା ୨୩ ହଜାର ହେକ୍ଟର ଚାଷ ଜମି ଜଳ ସେଚିତ ହେବ , ଚାଷୀ ମାନେ ଉପକୃତ ହେବେ ଏବଂ ବୃତ୍ତଙ୍ଗ ପ୍ରକଳ୍ପ ଚାଷୀ ମାନଙ୍କ ପାଇଁ କେତେ ଆବଶ୍ୟକତା ରହିଛି ଏ ସମ୍ପର୍କରେ ବିଧାନସଭାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବାରମ୍ବାର ପ୍ରସ୍ତାବ ଉତଥାନ କରିଥିଲେ।ଆଜି କେନ୍ଦ୍ର ସରକାରଙ୍କ ଠାରୁ ଉକ୍ତ ପ୍ରକଳ୍ପ ର ଅନୁମୋଦନ ମିଳିବା ଖବର ଶୁଣି ଦଶପଲ୍ଲା ଏବଂ ନୟାଗଡ ନିର୍ବାଚନ ମଣ୍ଡଳୀ ର ଚାଷୀ କୂଳ ଏବଂ ଜନସାଧାରଣ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଦୀର୍ଘବର୍ଷ ର ଅପେକ୍ଷା ର ଅନ୍ତ ହୋଇଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନ ସାଧାରଣ ଏବଂ ଚାଷୀକୂଳ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026