ଦନ୍ତାହାତୀ ର ମୃତ୍ୟୁ

୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା  :-> ରାଜ୍ୟ ରେ ହାତୀ ମୃତ୍ୟୁ ଧିରେ ଧିରେ ବଢିବାରେ ଲାଗିଛି । ବିଗତ ୫ବର୍ଷ ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂରେ ୧୧ଟି ହାତୀ ମୃତ୍ୟୁ ବରଣ କରିଛନ୍ତି । ଆଜି ପୁଣି ଏକ ଦନ୍ତାହାତୀ ର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂ ଡମଣଭୂଇଁ ଠାରେ ଏକ ଦନ୍ତାହାତୀ ର ମୃତ୍ୟୁ ଘଟିଛି । ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇନାହିଁ ବନବିଭାଗ ଡିଏଫ୍ଓ,ଏସିଏଫ,ରେଜଂର ଓ ଓୟୁଏଟି ର ଡାକ୍ତରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଦିର୍ଘଦିନ ହେବ ଏକ ହାତୀ ପଲ ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂରେ ଘୁରି ବୁଲୁଛନ୍ତି।ହାତୀ ଫଲ ମଧ୍ୟରୁ ଦୁଇଟି ହାତୀ ଗୋଠରୁ ବାହାରି ଏଣେତେଣେ ବୁଲୁଛନ୍ତି । ହାତୀକୁ ଘଉଡେଇବା ପାଇଁ ବନବିଭାଗ ଉଦ୍ୟମ କରୁଛି ହେଲେ ହାତୀକୁ ଜଂଗଲ ମଧ୍ୟ କୁ ତଡିଥିଲେ ବାରେ ବିଫଳ ହୋଇଛି ।

ଦନ୍ତାହାତୀ ଟି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ପଳାଇ ଆସି ଡ଼ମଣଭୂଇଁ ଗାଁ ନିକଟରେ ମୃତ୍ୟୁ ବରଣ କରିଛି । ଦନ୍ତାହାତୀ ର ବୟସ ୪୦ବର୍ଷ ହେବ ଅନୁମାନ । ଦନ୍ତାହାତୀ ଟି କିଭଳି ମୃତ୍ୟୁ ବରଣ କରିଛି ବନବିଭାଗ ସ୍ପଷ୍ଟ କରିନାହିଁ । ହାତୀ ର ଶବ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ଡିଏଫ୍ ଓ କହିଛନ୍ତି ।

Exit mobile version