Home ଓଡ଼ିଶା ରାୟପୁର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ଆୟୋଜନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟପୁର :-> ଭକ୍ତ ଓ ଭଗବାନଙ୍କର ମହାମିଳନର ମହାନ ପର୍ବ ରଥଯାତ୍ରା ଏଠାକାର ଗାୟତ୍ରୀ ନଗରସ୍ଥିତ ଛତିଶଗଡ଼ର ସର୍ଵ ବୃହତ ଜଗନ୍ନାଥ ମନ୍ଦିରଠାରେ ମହାସମାରୋହରେ ପାଳନ କରାଯାଇଛି। ଚଳିତ ବର୍ଷ ଏଠାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଥିଲା। ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ଭକ୍ତଗଣଙ୍କ ମଧ୍ୟରେ ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା।ଏଠାରେ ରାୟପୁର ଓ ଆଖପାଖ ଇଲାକାରୁ ଆସିଥିବା ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ସେମାନଙ୍କ ପରିବାର ବର୍ଗଙ୍କ ସହିତ ବଢ଼ିଚଢ଼ିକି ଭଜନ କୀର୍ତ୍ତନ ଏବଂ ରଥ ଦଉଡି ଟଣାରେ ଭାଗ ନେଉଥିବାର ଦୃଶ୍ୟ ଅଦ୍ଭୂତପୂର୍ବ ଥିଲା। ମନ୍ଦିରରେ ବଢ଼ି ଭୋରରୁ ଵିଶେଷ ଅଭିଷେକ, ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ କରାଯିବା ପରେ ଦିଅଁମାନଙ୍କୁ ରକ୍ତ ଚନ୍ଦନ, କେଶର, ଗୋଚରଣ, କସ୍ତୁରୀ ଏବଂ କର୍ପୁର ଦ୍ୱାରା ସ୍ନାନ କରାଯାଇ ଗଜା ମୁଗ ଭୋଗ ଅର୍ପଣ କରାଯାଇଥିଲା।ହୋମକୁଣ୍ଡରେ ପୂର୍ଣ୍ଣାହୁତି ଦେବା ସମୟରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ସମ୍ମାନୀତ ଅତିଥି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ ଉପସ୍ଥିତ ଥିଲେ। ଅନ୍ୟାନ୍ୟ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ,ସାଂସଦ ବ୍ରିଜ ମୋହନ ଅଗ୍ରୱାଲ, ବିଧାୟକ ମୋତିଲାଲ ସାହୁ ଏବଂ ମେୟର ଅଜାଜ ଦେବର ଏହି ସମାରୋହ ରେ ସାମିଲ ହୋଇଥିଲେ I ଦ୍ୱିପ୍ରହର ୧୨.୪୫ ମିନିଟ ସମୟରେ ମନ୍ଦିର ସାମନାର ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନୋଟି ରଙ୍ଗାରଙ୍ଗ ରଥ ଉପରକୁ ଠାକୁର ମାନଙ୍କର ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର ,ପରେ ପରେ ଦେବୀ ଶୁଭଦ୍ରା ଓ ସବାଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ସାହି ରୋଷଣୀ କରାଯାଇ ରଥ ଉପରକୁ ନିଆ ଯାଇଥିଲା। ଉପସ୍ଥିତ ସେବାୟତ ଓ ଦର୍ଶକ ମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କର୍ତାଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ,ହରିବୋଲ ,ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ମନ୍ଦିର ସେବା ସମିତିର ସଭାପତି ପୁରନ୍ଦର ମିଶ୍ର ଙ୍କର ତତ୍ୱାବଧାନରେ ସ୍ବେଚ୍ଛାସେବକମାନଙ୍କ ଦ୍ଵାରା ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ବ୍ୟାପକ ମାତ୍ରାରେ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା।ଅପରାହ୍ନ ୩ଟା ସମୟରେ ତିନି ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା।ସୁନ୍ଦର ସୁଶୋଭିତ ରଥଗୁଡିକୁ ଗାୟତ୍ରୀ ନଗରରୁ ଟଣାଯାଇ ଏକ କିଲୋମିଟର ଦୂରବର୍ତ୍ତୀ ବି .ଟି. ଆଇ ମଇଦାନକୁ ନିଆଯାଇ ଶଙ୍କର ନଗର ରାସ୍ତା ଦେଇ ପୁଣି ମନ୍ଦିର ବେଢାକୁ ଫେରାଇ ଅଣାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ମହଜୁଦ ଥିବା ଭକ୍ତମାନେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦିବ୍ୟ ଦର୍ଶନ ଲାଭ କରି କୃତ କୃତ୍ୟ ଏବଂ ଭାବ ବିହ୍ଵଳ ହେଉଥିବାର ଦୃଶ୍ୟ ଅନୁପମ ଥିଲା।ସନ୍ଧ୍ୟା ୬.୩୦ମିନିଟ ସମୟରେ ଠାକୁରମାନଙ୍କୁ ତିନିରଥ ଉପରକୁ ପୁଣି ପହଣ୍ଡି କରାଯାଇ ମନ୍ଦିର ବେସମେଣ୍ଟରେ ଥିବା ମାଉସୀ ମା’ ଘରକୁ ନିଆ ଯାଇଥିଲା। ସେଠାରେ ଥିବା ସ୍ୱତନ୍ତ୍ର ସିଂହାସନରେ ଆସୀନ ହୋଇ ଚାରି ଦିଅଁ ଆସନ୍ତା ୧୫ ତାରିଖ ବାହୁଡାଯାତ୍ରା ପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ବୋଲି ଜଣାଯାଇଛି। ସମଗ୍ର ଆୟୋଜନକୁ ସୁଚାରୁରୂପେ ସମ୍ପନ୍ନ କରିବାରେ ମନ୍ଦିର ପରିଚାଳନା କମିଟିର ସଂରକ୍ଷକ ବୃନ୍ଦ ଯଥା ସଭାପତି ପୁରନ୍ଦର ମିଶ୍ର, ସଦସ୍ୟ ମନ୍ମଥ କୁମାର ରାଉତ, ସୁବ୍ରତ ସାହୁ, ସୁବାସ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ଦ୍ଵାରିକାଧୀଶ ମିଶ୍ର,ଗୁଣନିଧି ମିଶ୍ର ଓ ପ୍ରକାଶ ଦାସ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା। Categories: ଓଡ଼ିଶା, ଦେଶ, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026