Home ଓଡ଼ିଶା ବ୍ଲକ ସ୍ତରୀୟ ମାଟ୍ରିକ ମେଧା ସମ୍ବର୍ଦ୍ଧନା ଉତ୍ସବ ନିମିତ୍ତ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବୋଲଗଡ଼ ଶିକ୍ଷାବ୍ଲକ ଅଧିନସ୍ଥ ୨୮ ଟି ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ୨୦୨୪ମାଟ୍ରିକ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ୨୮ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ଏ୧ଗ୍ରେଡ୍ଧାରୀଙ୍କୁ ‘ସାରିଆ ଭଗବାନ ମହତ୍ୱ ମେମୋରିଆଲ ଟ୍ରଷ୍ଟ’, ଚିଲିକା ତରଫରୁ ଆସନ୍ତା ୧୪ତାରିଖ ରବିବାର ଦିନ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ପ୍ରମୋଦ କୁମାର ସ୍ୱାଇଁ ଓ ସମ୍ପାଦକ କୁନା ମହତ୍ୱଙ୍କ ମିଳିତ ଆବାହକତ୍ୱରେ ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ପ୍ରଦୀପ କୁମାର ସାହୁ, ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ, ଓଡିଶାର ସଙ୍ଗଠନ ସମ୍ପାଦକ ନିରଞ୍ଜନ ମହାନ୍ତି, ବୋଲଗଡ଼ ବ୍ଲକ ଅଧ୍ୟକ୍ଷା ହୁଲାସ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ, ବୋଲଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପୀତବାସ ଲେଙ୍କା, ଉଭୟ ବୋଲଗଡ଼ ଓ ଚିଲିକା ପ୍ରାକ୍ତନ ସହଗୋଷ୍ଠୀ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ ପଦ୍ମ ଚରଣ ବେହେରା ଏବଂ ନୀଳାଦ୍ରି ଭୂଷଣ ଦାଶ, ବୋଲଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଓ ମଣ୍ଡଳ ସଂଯୋଜକ କୈଳାସନାଥ ସ୍ୱାଇଁ, ପରିବେଶବିତ୍ ଓ ଲକ୍ଷ୍ମଣ ରେଖା ପତ୍ରିକାର ସମ୍ପାଦକ ଧନେଶ୍ୱର ବିଧାର ଓ ପାଞ୍ଚଗଡ଼ ସୃଜନଶୀଳ ସମିତିର ଉପସଭାପତି ନିରଞ୍ଜନ ନାୟକ ଯୋଗ ଦେବାପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ପୂର୍ବାହ୍ନ ୧୦ଘଟିକାରେ ଆରମ୍ଭ ହେବାକୁ ଥିବା ଉପରୋକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ମାନିତ ହେବାକୁଥିବା ସମସ୍ତ ବିଦ୍ୟାର୍ଥୀ, ସେମାନଙ୍କ ପିତା କିମ୍ବା ମାତା ଏବଂ ସମସ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ନିର୍ଦ୍ଧରିତ ସ୍ଥାନ ଓ ସମୟରେ ଯୋଗଦେବା ପାଇଁ ଟ୍ରଷ୍ଟର ସଭାପତି ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026