Home ଓଡ଼ିଶା ମଞ୍ଚ ପୁରୁଷ ନଟବର ସେଣ ଙ୍କ ଜୀଵନୀ ନାଟ୍ୟଶାଳାର ନଟ ଉନ୍ମୋଚିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଓଡିଶ ପେଷାଦାର ରଙ୍ଗ ମଞ୍ଚ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ର ପ୍ରଖ୍ୟାତ ଅଭିନେତା, ନିର୍ଦ୍ଦେଶକ ତଥା ଓଡ଼ିଆ ନାଟ୍ୟ ଜଗତର ପ୍ରବାଦ ପୁରୁଷ ସ୍ଵର୍ଗତ ନଟବର ସେଣ ଙ୍କ ସଙ୍ଘର୍ଷମୟ ନାଟ୍ୟ ବ୍ୟକ୍ତିତ୍ଵ ଆଧାରିତ ଜୀଵନୀ ପୁସ୍ତକ ନାଟ୍ୟଶାଳାର ନଟ ତାଙ୍କର ଜନ୍ମସ୍ଥାନ ଚିଲିକା ବ୍ଲକ ଅନ୍ତର୍ଗତ ଲମ୍ବୋଦର ପୁର ଗ୍ରାମ ସ୍ଥିତ ଜଳେଶ୍ଵର ଦେବଙ୍କ ମନ୍ଦିର ପ୍ରାଙ୍ଗଣ ପରିସରରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର ଗୋପବନ୍ଧୁ ଶତ୍ରୃଶଲ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସାରସ୍ଵତ ସମାବେଶରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଲକ୍ଷ୍ମୀ ଧର ସୁବୁଦ୍ଧି, ମୁଖ୍ୟ ବକ୍ତା ଭାବେ ପ୍ରଥିତଯଶା କବି ଓ ଗାଳ୍ପିକ ଗୋପୀନାଥ ଦାଶ, ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିହର ପ୍ରଧାନ, ନାଟ୍ୟକାର ଲକ୍ଷ୍ମୀ ଧର ମହାରଥୀ, ଏବଂ ବର୍ଷୀୟାନ ମଞ୍ଚ ବ୍ୟକ୍ତିତ୍ଵ ତଥା ଓଡ଼ିଶାର ତତ୍କାଳୀନ ପେଷାଦାର ରଙ୍ଗ ମଞ୍ଚ ସହ ସମ୍ପୃକ୍ତ ରବି ନନ୍ଦ ପ୍ରମୁଖ ଯୋଗଦେଇ ଓଡ଼ିଆ ନାଟକର କ୍ରମବିକାଶ ଓ ପେଷାଦାର ରଙ୍ଗ ମଞ୍ଚ ଓ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସ୍ଵର୍ଗତ ନଟବର ସେଣ ଙ୍କ ମହାର୍ଘ ଅବଦାନ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁ, ସାମ୍ବାଦିକ ବନବିହାରୀ ବେହେରା, ଶିକ୍ଷକ କୁଳମଣି ବାରିକ, ପ୍ରଶାନ୍ତ କୁମାର ସାହୁ, ପାଣ୍ଡବ ବିଶ୍ବାଳ ପ୍ରମୁଖ ଉଦ୍ ଵୋଧନ ଦେଇଥିଲେ। ପ୍ରାରମ୍ଭରେ ସ୍ବର୍ଗତ ନଟବର ସେଣ ଙ୍କ ଫଟୋ ଚିତ୍ର ରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ପରିଶେଷରେ ସ୍ଵର୍ଗତ ନଟବର ସେଣ ଙ୍କ ସୁପୁତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜୀଵନୀ ପୁସ୍ତକ ର ପ୍ରକାଶନ ରଜନୀ କାନ୍ତ ସେଣ ଧନ୍ୟବାଦ ପ୍ରଦାନ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026