Home ଓଡ଼ିଶା ବାଲିଗୁଡ଼ା ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ ଲକ୍ଷର ସିସିଟିଭି ବ୍ୟବସ୍ଥା ଅଚଳ : ବାଲିଗୁଡ଼ା ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରାଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ସହିତ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବାକୁ ୨୦୨୨ ମସିହାରେ ବାଲିଗୁଡା ଏନଏସି ଦ୍ଵାରା ୪୩ ଲକ୍ଷ ୪୮ ହଜାର ଟଙ୍କା ବ୍ୟୟ ଅଟକଳରେ ଲଗାଯାଇଥିବା ସିସିଟିଭି ବ୍ୟବସ୍ଥା ବର୍ତ୍ତମାନ ସମ୍ପୂର୍ଣ୍ଣ ଅଚଳ ହୋଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସିସିଟିଭି ନଜରରେ ଜେଲ ନିକଟ ବାଏପାସ ଛକ, କଲେଜ ଛକ, କୋର୍ଟ, ଥାନା, ପିଡବ୍ଲୁଡି ଛକ, କୋଳିଗଛ ଛକ, ନେହେରୁ ଛକ ,ବସଷ୍ଟାଣ୍ଡ, ନୁଆସାହି ,ଦଣ୍ଡପଦର ଆଦି ବିଭିନ୍ନ ଛକ ସ୍ଥାନରେ ଲଗାଯିବା ସହିତ ନିରୀକ୍ଷଣ ଓ ନିୟନ୍ତ୍ରଣ କକ୍ଷ ବାଲିଗୁଡା ଥାନାରେ ରହିଛି । ସିସଟିଭି ଲାଗିବା ପରେ ବାଲିଗୁଡାରେ ଅପରାଧିକ କାର୍ଯ୍ୟକଳାପ କିଛି ମାତ୍ରାରେ ରୋକା ଯାଇପାରିଥିଲା, ବିଶେଷ କରି ଗଞ୍ଜେଇ ମାଫିଆଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ଅଳ୍ପ କିଛି ଦିନ ଏହା ଠିକ୍ଠାକ ଚାଲିବା ପରେ ପରବର୍ତ୍ତୀ ସମୟରେ ତାହା ଅଚଳ ହୋଇଯାଇଥିଲା। ଦୀର୍ଘ ଦିନ ଧରି ଅଚଳ ହେବା ପରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ଏହାକୁ ସଜଡ଼ା ଯାଇଥିଲା । କିନ୍ତୁ ପୁଣି ଏବେ ସମ୍ପୂର୍ଣ୍ଣ ଅଚଳ ହୋଇ ରହିଛି । ଏହି ବାବଦରେ ଏନଏସିର କର୍ମଚାରୀ କମ୍ଭୁପାଣି ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ସମ୍ପର୍କରେ କିଛି କହିପାରି ନଥିଲେ l ସୂଚନା ଯୋଗ୍ୟ ଯେ, ଏଥି ମଧ୍ୟରେ ଟାଉନର ଜଣେ ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନା ଗହଣା ଲୁଟି, ଗାଡ଼ିରୁ ସୁନା ରୂପା ଚୋରୀ, ଏବଂ ଜଣେ ଛାତ୍ରଙ୍କୁ ଅପହରଣ ଆଦି ଘଟଣା ସହିତ ଛୋଟ ବଡ଼ ଧରଣର ଚୋରୀ ସାଙ୍ଗକୁ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ଏବଂ ଚୋରା ମଦ ଓ ଗଂଜେଇ କାରବାର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି l ଏ ନେଇ କନ୍ଧମାଳ ଜିଲ୍ଲା କଂଗ୍ରେସ ଦଳର ପୂର୍ବତନ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ କହିଛନ୍ତି ଯେ, ବାଲିଗୁଡା ଏନଏସି ତରଫରୁ ସିସଟିଭି କିଣାରେ ବ୍ୟାପକ ଦୁର୍ନୀତି ହୋଇଛି । ତେଣୁ ତାହା ଅଚଳ ହୋଇ ଯାଇଛି । ଏହାକୁ ନେଇ ମୁଁ ଲିଖିତ ଆକରରେ ଉପଜିଲାପାଳଙ୍କୁ ଅବଗତ କରିଛି । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ ନକଲେ ଦଳ ତରଫରୁ ଏନଏସି ଘେରାଉ କରିବୁ ବୋଲି କହିଛନ୍ତି। ଉପଜିଲ୍ଲାପାଳ ତଥା ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡା.ରୀନା ପ୍ରଧାନ କହିଛନ୍ତି ଯେ, ବର୍ତ୍ତମାନ ସିସିଟିଭି ଅଚଳ ହୋଇଯାଇଛି । ଏନଏସିର କର୍ତ୍ତୃପକ୍ଷ ଓ ପୁଲିସ ପ୍ରଶାସନ ସହ ଏକ ଆଲୋଚନା କରାଯିବ । ଯଦି ସମ୍ଭବ ମରାମତି ନଚେତ ନୂତନ ଭାବରେ ଲଗାଯିବ ବୋଲି ସେ କହିଛନ୍ତି l ତୁରନ୍ତ ଏହାକୁ ଦୀର୍ଘ ସ୍ଥାୟୀ ରହିବା ଭଳି କାର୍ଯ୍ୟକ୍ଷମ କରା ନ’ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବୁଦ୍ଧିଜୀବୀ ମହଲରୁ ସୂଚନା ଦିଆଯାଇଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026