ପ୍ରେମିକା ର ଘର ଆଗରେ : ପ୍ରେମିକ ର ଶବ ରଖି – ପ୍ରତିବାଦ କଲେ ପରିବାର ଲୋକେ

ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଦଶପଲ୍ଲା :->  ଦଶପଲ୍ଲା ଥାନା କୁଞ୍ଜବନଗଡ ରେ ଘଟିଛି ଏହି ଭଳି ଘଟଣା, ସୂଚନା ଅନୁସାରେ ଗ୍ରାମର ମନୋମୋହନ ମହାପାତ୍ର ଙ୍କ ପୁଅ ଶୁଭମ ମହାପାତ୍ର ପ୍ରେମିକା ଙ୍କୁ ଚିଠି ଦେଇ ଧରା ପଡ଼ିବାରୁ ପ୍ରେମିକ କମ୍ପ୍ୟୁଟର କ୍ଲାସ ଯାଇଥିବା ବେଳେ ତାକୁ ଡ଼ାକି ପ୍ରେମିକା ର ପରିବାର ଲୋକେ ପ୍ରେମିକ ଶୁଭମ କୁ ମାଡ଼ ମାରିଥିବା ସହ ଅସହ୍ୟ ଗାଳିଗୁଲଜ କରିଥିଲେ ।

ଫଳରେ ଅପମାନ ସହ୍ୟ ନକରି ପାରି ଶୁଭମ୍ ବିଷ ପିଇ ଆତ୍ମହତ୍ୟା କରିଦେଇଥିବା ଅଭିଯୋଗ କରିଛନ୍ତି ଶୁଭମ୍ ଙ୍କ ପରିବାର ଲୋକେ । ତତ୍ ସହିତ ମୃତ ଶୁଭମ୍ ର ଶବକୁ ନେଇ ଝିଅ ଘର ସାମ୍ନାରେ ପକାଇ ନ୍ୟାୟ ଦାବି କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣା ର ଅଧିକ ତଦନ୍ତ କରୁଛି ।ସେପଟେ ବର୍ତ୍ତମାନ ସୁଧା ଝିଅଘର ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Exit mobile version